ସଙ୍ଗରୋଧରେ ପ୍ରବାସୀମାନେ ପରିବେଶ ସଫାସୁତୁରା ପାଇଁ ଅଣ୍ଟାଭିଡିଲେ ।

0 136

ରାମନାଗୁଡା, (ପିପିଟି ନ୍ଯୁଜ୍)୨୦/୦୫,ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଉକାମ୍ବା ପଞ୍ଚାୟତ ଟିକରପଡା ଆଶ୍ରମ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ମାନେ ପରିବେଶ ସଫାସୁତୁରା କରାଯିବାକୁ ଅଣ୍ଟା ଭିଡିଛନ୍ତି।ସେହିପରି ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ୩୩ଜଣ ଲୋକମାନେ ଏହି ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବେଳେ ରାଇଗୁଡା,ସୁଭଦ୍ରାପୁର,କାରିଣୀ ଆଦି ଗ୍ରାମର ଲୋକମାନେ ସଙ୍ଗରୋଧ ରହି ସଙ୍ଗରୋଧର ଚତୁପାର୍ଶ୍ବ ସଫାସୁତୁରା କରି ପରିବେଶ ସଚେତନ ସୃଷ୍ଟି କରିଛନ୍ତି।ବିଦ୍ୟାଳୟ ଚାରିପାଖରେ ରହିଥିବା ଗଛ ଅଳିଆ ଆର୍ବଜନାକୁ ସଫାକରିବା ସହ ସଙ୍ଗରୋଧ କେନ୍ଦ୍ର ବସି ବସି ଖାଲି ସମୟରେ ଏପରି କରିବା ପରିବେଶ ଚର୍ତୁପାର୍ଶ୍ବକୁ ସଫାସୁତୁରା ରହିବା ସହ ବିଦ୍ୟାଳୟରେ ରହୁଥିବା ଅନ୍ତେବାସୀ ମାନେ ନିରାପଦରେ ରହିପାରିଵେ ବୋଲି ସଙ୍ଗରୋଧରେ ରହୁଥିବା ଲୋକମାନେ କହିଛନ୍ତି।ଲୋକଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଂଶସା କରାଯାଇଥିବା ବେଳେ ସେହିପରି ବିଭିନ୍ନ ସ୍ଥାନରେ ସଙ୍ଗରୋଧରେ ଲୋକମାନେ ଖାଦ୍ୟକୁ ନେଇ  ସରକାରଙ୍କ କରୋନା ମୁକାବିଲା ତଥା ଖାଦ୍ୟର ମାନକୁ ବିରୋଧ କରୁଥିବା ବେଳେ ସ୍ଥାନୀୟ ସଙ୍ଗରୋଧରେ ରହୁଥିବା ଲୋକଙ୍କ ଏପରି ଉଦ୍ୟମକୁ ସରପଞ୍ଚ ବନମାଳୀ ଗମାଙ୍ଗ ସାଧୁବାଦ ଜଣାଇଛନ୍ତି।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.