ସଘନ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ସଚେତନତା ରଥ ଶୁଭାରମ୍ଭ ।

0 333

ବ୍ରହ୍ମପୁର,୩୦/୦୪(ପିପିଟି): ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଠାରେ ସଘନ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ସଚେତନତା ରଥକୁ ବ୍ରହ୍ମପୁର ମେୟର , ଡେପୁଟିମେୟର ଓ କମିଶନରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଅଛି । ଏହିରଥ ସାତ ଦିନ ପର୍ଯ୍ୟନ୍ତ ସମସ୍ତ ୱାର୍ଡ ଭ୍ରମଣ କରି ସଘନ ମିଶନ ଇନ୍ଦ୍ରଧନୁଷ ର ସଚେତନ ବାର୍ତ୍ତା ପ୍ରଦାନ କରିବ । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଏହି ଯେ ଯେଉଁ ଗର୍ଭବତୀ ମା ଓ ନବଜାତ ଶିଶୁ ମାନେ ୦-୨ ବର୍ଷ ଟୀକାକରଣରୁ ବଞ୍ଚିତ ରହିଯାଇଛନ୍ତି ସେମାନଙ୍କର ଟୀକାକରଣ କରାଇ ମୁଖ୍ୟ ଧାରାକୁ ଆଣିବା । ଏଥିରେ ସମୁଦାୟ ୧୨ ଟି ରୋଗ ପାଇଁ ୧୧ ଟି ଟିକାର ବ୍ୟବସ୍ଥା ଅଛି । ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୦୨୨ ରେ ୫୮ ଟି ଗର୍ଭବତୀ ମା ଓ ୧୩୫ ଟି ନବଜାତ ଶିଶୁ ଏବଂ ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ ୨୦୨୨ ରେ ୨୦ ଟି ଗର୍ଭବତୀ ମା ଓ ୬୯ ଟି ନବଜାତ ଶିଶୁଙ୍କୁ ଟୀକାକରଣ କରାଯାଇଅଛି । ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ମେ ୨୦୨୨ ରେ ୧୨ ଟି ଗର୍ଭବତୀ ମା ଓ ୫୩ ଟି ନବଜାତ ଶିଶୁଙ୍କୁ ଟୀକାକରଣ କରିବାର ଯୋଗ୍ୟ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ତରଫରୁ ଅତିରିକ୍ତ ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼.ମନୋଜ କୁମାର ପଣ୍ଡା ଓ ସହରାଞ୍ଚଳ କାର୍ଯ୍ୟକ୍ରମ ପରିଚାଳକ ପ୍ରମୁଖ ଲମ୍ବୋଦର ଦିଗଲଙ୍କ ସହିତ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନର ଅନ୍ୟାନ୍ୟ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.