ରାୟଗଡା,୧୬/୦୬(ପିପିଟି);ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଆଖୁସିଂ ପଞ୍ଚାୟତ ଅଧିନ ମରିଚଗୁଡା ଠାରେ ସଉରା ଲିପିର ସ୍ରଷ୍ଟା ତଥା ପଣ୍ଡିତ ମାଙ୍ଗେଇ ଗମାଙ୍ଗଙ୍କ ୧୦୫ ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଆଜି ସକାଳେ ଗ୍ରାମବାସୀ ମାଙ୍ଗେଇ ଗମାଙ୍ଗଙ୍କ ଫୋଟରେ ମାଲ୍ୟାର୍ପଣ କରି ଓ ଫୋଟକୁ ଧରି ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମବାସୀଙ୍କ ଆନୁକୂଲ୍ୟରେ ଅକ୍ଷରଧାମ ବ୍ରହ୍ମ ପୀଠରେ ଏକ ସମାବେଶରେ ଆୟୋଜନ ହୋଇଥିଲା। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଏକ ଟିମ ଏଠାରେ ଉପସ୍ଥିତ ରହି ମାଙ୍ଗେଇ ଗମାଙ୍ଗଙ୍କ ସ୍ମୃତିଚାରଣ କରିଥିଲେ।
(ରିପୋର୍ଟ – ନବୀନ ନାୟକ ବେହେରା। )