ସଂରକ୍ଷଣ ଦାବୀରେ ଅନୁସୂଚିତ ଜନଜାତି ସଂଘର ସ୍ମାରକ ପତ୍ର ପ୍ରଦାନ ।

0 255

ଭଞ୍ଜନଗର,୦୭/୦୧(ପିପିଟି): ଆଗମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜନଜାତି ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସଂରକ୍ଷଣରୁ ବଞ୍ଚିତ କରାଯାଇଛି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଅନୁସୂଚିତ ଜନଜାତି କୁ ସଂରକ୍ଷଣ ଦିଆଯାଇନାହିଁ। ରାଜନୈତିକ ଅଭିସନ୍ଧିରଖି ଜନଜାତି ସମ୍ପ୍ରଦାୟକୁ ବଞ୍ଚିତ କରାଯାଇଥିବା ଆଦିବାସୀ ସଂଘ ଅଭିଯୋଗ କରିଛି। ଏ ନେଇ ଭଞ୍ଜନଗର ବିଜେପି ଓ ଅନୁସୂଚିତ ଜନଜାତି ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ସ୍ଥାନୀୟ ଭେଜିପୁଟ ଶିବ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଜେପି ଓ ଜନଜାତି ବର୍ଗର ନେତୃବୃନ୍ଦ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତରେ ସହକାରୀ ଜିଲ୍ଲାପାଳ ବିକାଶ ଚନ୍ଦ୍ର ଭୋଇଙ୍କୁ ଏ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ସରକାରୀ ବ୍ୟବସ୍ଥାରେ ଥିବା ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣକୁ ଅଣଦେଖା କରାଯାଇ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଥିବା ସଂଘ ଅଭିଯୋଗ ଆଣିଛି। ତେଣୁ ଏହାର ବିଚାର କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଅନୁସୂଚିତ ଜନଜାତି ସଂଘର ପ୍ରଶ୍ନ ମଳିକ, ଶଖାଧର ମଳିକ,ବାବୁଲା ବେହେରା,ତ୍ରିନାଥ ବେହେରା, ଉଦୟ ଜାନୀ,ସବିତା ଜାନୀ,ସଜନୀ କଁହର,ସୁରତ ପ୍ରଧାନ, ସାନିଆ ଦିଗାଲ ଦାବି ଜଣାଇଛନ୍ତି। ଏଥିରେ ବିଜେପି କାଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ,ଯୁବ ନେତା ଅଯୋଧ୍ୟାନାଥ ମହାପାତ୍ର,ସମୀର କୁମାର ନାୟକ, ସନ୍ତୋଷ ପାଳ, ନୀଳ ମାଧବ ପାତ୍ର ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.