ସଂଘ ପକ୍ଷରୁ କୋଷାଧ୍ୟକ୍ଷଙ୍କ ୬୦ତମ ଜନ୍ମ ଦିବସ ପାଳିତ ।

0 370

ବ୍ରହ୍ମପୁର, ତା. ୧୨/୧୧ :ରାଜ୍ୟର ସର୍ବବୃହତ୍ ସାଂସ୍କୃତିକ ସଂଗଠନ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର କୋଷାଧ୍ୟକ୍ଷ ତଥା ସୁନାମଧନ୍ୟ ବରିଷ୍ଠ କଳାକାର ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ୬୦ତମ ଜନ୍ମଦିବସ ସଂଘ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି । ଏହି ଅବସରରେ ନିର୍ଦ୍ଦେଶକ ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନାଟ୍ୟକାର ତ୍ରିପତି ନାୟକ, ବରିଷ୍ଠ ଅଭିନେତା ଚକାଡୋଳା ପାଢ଼ୀ, ପ୍ରାକ୍ତନ ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମା, ଓଡ଼ିଶୀ ନୃତ୍ୟ ଶିକ୍ଷକ ହରିଶ୍ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ସଂଘର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଦୁର୍ଗା ବାବୁଙ୍କ ଅବଦାନ ଅତ୍ୟନ୍ତ ପ୍ରଶଂସା ବୋଲି ମତବ୍ୟକ୍ତ କରିବା ସହ ପୁଷ୍ପଗୁଚ୍ଛ ପ୍ରଦାନ ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ । ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଏହି ସାମାଜିକ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବା ବେଳେ ସର୍ବଶ୍ରୀ ନୀଳ ମାଧବ ଜେନା, ଲକ୍ଷ୍ମୀ ନାରାୟଣ ସାମଲ, ଭଗବାନ ସାମଲ, କୁନୁ ବେହେରା, ପ୍ରଦୀପ କୁମାର ସାହୁ, ମହେନ୍ଦ୍ର ସାହୁ, ବଳଦେବ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ସଂଘ ସଦସ୍ୟ କିଶୋର କପୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.