ସଂଗ୍ରାମ କରି ମରି ନାହିଁ କିଏ
ସାଲିସ କରି କେ ବଞ୍ଚି ନାହିଁ
ସଂଘର୍ଷ କରି ମୁଁ ବଞ୍ଚି ରହିବି
ମୁଣ୍ଡ କୁ କେବେ ନୁଆଁଇବିନି
ସଂଗ୍ରାମ କରି ବଂଚିବା ଭିତରେ
କେତେ ସ୍ୱାଭିମାନ ରହିଅଛି
ସାଲିସ କରି ବଡ ଲୋକ ଯିଏ
ମୃତ୍ୟୁ କଷ୍ଟ ଲଭି ସେ ବଞ୍ଚିଛି
ବଞ୍ଚିବା ଅଧିକାର ମୋର ଅଛିହେ
ଏଣୁ ମୁଁ କେବେ ରେ ମରିବିନି
ମୋ ଅଧିକାରକୁ ଛଡାଇ ନେଲେ
ଶାସ୍ତି ଦେବାକୁ ରେ ଭୁଲିବିନି
ଖଟିବି ଖାଇବି ଶ୍ରମେ ବଞ୍ଚିବି
ଲୁଟି ଖିଆ କେବେ ମୁଁ ହେବିନି
ଦେଶକୁ ଲୁଟିକି ଯେ ବଡ଼ଲୋକ
କିରୀଟି ବାନ୍ଧି କେ ରହିବନି
ଅନ୍ୟାନ୍ୟ ଅନୀତି ଦୁର୍ନୀତି ଦେଖି
ଚୁପ ଚାପ କେବେ ରହିବିନି
ସେ ସାଗର ହେଲେ ମୁଁ ଗୁଣ୍ଡୁଚି
ସେତୁ ବାନ୍ଧିଦେବି ହାରିବିନି।