ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା ।

0 393

ଭଞ୍ଜନଗର,୨୭/୦୬(ପିପିଟି): ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିର ଠାରେ ମଙ୍ଗଳବାର ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ତିନି ଦିନ ବ୍ୟାପି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ କେନ୍ଦୁପଦରର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼.ସନ୍ତୋଷ କୁମାର ଆପଟ ଯୋଗଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟ ସଭାପତି ଡ଼.ପ୍ରଦୀପ ପଟ୍ଟନାୟକ ,ସଂପାଦକ ପଦ୍ମନାଭ ପ୍ରଧାନ ,ଜିଲ୍ଲା ସହ ପ୍ରମୁଖ ତ୍ରିନାଥ ଗୌଡ଼ ,ବିଭାଗ ନିରୀକ୍ଷକ ରଞ୍ଜନ କୁମାର ପ୍ରଧାନ,ସଂଭାଗ କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ବିଷୋୟୀ ,ସଂକୁଳ ପ୍ରମୁଖ ପ୍ରସନ୍ନ କୁମାର ପ୍ରଧାନ ଯୋଗ ଦେଇଥିଲେ ।ଭଞ୍ଜନଗର ସଂକୁଳ ର ୧୧ଟି ଶିଶୁମନ୍ଦିରର ମୋଟ ୧୧୭ଜଣ ଗୁରୁଜୀ ଗୁରୁମା ପ୍ରଶିକ୍ଷଣ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ତଥା ସଂକୁଳ ସଂଯୋଜକ ଶିଶିର କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ଏଥିରେ ସହଯୋଗ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.