ଷ୍ଟେସନ ରାସ୍ତା ପାଲଟିଛି ମରଣ ଯନ୍ତା ଚେଇଁ ଶୋଇଛି ପ୍ରଶାସନ।

0 256

ବୋଲଗଡ଼,୨୯/୦୭(ପିପିଟି):ବୋଲଗଡ଼ ସଦର ମୁଖ୍ୟାଳୟସ୍ଥିତ ବ୍ଲକ କାର୍ଯ୍ୟାଳୟ ପଛପଟ ସନ୍ନିକଟରେ ଭାରତୀୟ ରେଳ ବିଭାଗର ଏକ ପିଏଚ ରହିଅଛି।ଏହି ପିଏଚର ଅବସ୍ଥିତ ୫୭ନଂ ଜାତୀୟ ରାଜପଥ ଠାରୁ ପ୍ରାୟତଃ ୨୦୦/୨୫୦ ମିଟର ଦୂରତ୍ୱ ଥିବାବେଳେ ରେଳଯାତ୍ରା ନିମନ୍ତେ ପ୍ରତ୍ୟେହ ମୁଖ୍ୟତଃ ସାଧାରଣ ତଥା ବରିଷ୍ଠ ବ୍ୟକ୍ତି ମାନଙ୍କର ଏହି ରାସ୍ତାରେ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ।ଅନ୍ୟପକ୍ଷରେ ପିଏଚ ଠାରେ ନିର୍ମିତ ହୋଇଥିବା ରେଳ ବିଭାଗ ବ୍ରିଜ ପାର ହୋଇ ଯିବା ପରେ ଏକ ସୁନ୍ଦର ଓ ମନ ଲୋଭା ଅଘୋଷିତ ପର୍ଯ୍ୟଟନ ସ୍ଥଳୀ ରହିଅଛି।ଏପରିକି ବର୍ଷ ତମାମ ଏହିଠାରେ ବିବାହ,ବଣଭୋଜି,ବନ୍ଧୁ ମିଳନ,ଜାନିଯାତ୍ରା ଭଳି ଅନେକ କାର୍ଯ୍ୟକ୍ରମ ଏହିଠାରେ ଅନୁଷ୍ଠିତ ହେଉଅଛି। ଏହି ଦୃଷ୍ଟିରୁ ପ୍ରତିଦିନ ଏହି ରାସ୍ତାରେ ୨ଚକିଆ,୩ ଚକିଆ ଓ ୪ ଚକିଆ ଯାନ ପ୍ରଭୃତି ବହୁ ସଂଖ୍ୟାରେ ଯାତାୟତ କରୁଛି। ସକାଳେ ଓ ସନ୍ଧ୍ୟାରେ ରେଳଯାତ୍ରୀ ମାନଙ୍କ ଗମନାଗମନ ପାଇଁ ଜାତୀୟ ରାଜପଥ ଠାରୁ ପିଏଚକୁ ସମସ୍ତ ବର୍ଗର ଯାନବାହନ ଯାତାୟତ କରୁଅଛି।ବିଶେଷ କରି ବର୍ଷା ଋତୁରେ ଏହି ରାସ୍ତାର ଅବସ୍ଥା ଅତି ମାତ୍ରାରେ ଶୋଚନୀୟ ହୋଇପଡିଛି।ଖରାଦିନେ ଏହି କଚ୍ଚାରାସ୍ତାରେ ଗାଡି ମୋଟର ଯାତାୟତ ହୋଇ ବ୍ୟାପକ ଖାଲଖମା ସୃଷ୍ଟି ହୋଇଅଛି।ଅଦ୍ୟପି ବର୍ଷା ଦିନ ହୋଇଥିବା ହେତୁ ବର୍ଷା ହେଲେ ଖାଲ ଗୁଡିକରେ ପାଣି ଜମି ରାସ୍ତାର ଅବସ୍ଥାକୁ ଅତି ଶୋଚନୀୟ କରିଦେଉଛି ଓ ପରେ କାଦୁଅ ପଙ୍କରେ ରାସ୍ତାର ଅବସ୍ଥା ସମ୍ପୂର୍ଣ୍ଣ ବେହାଲ ହୋଇପଡୁଛି। ପାଣି କାଦୁଅ ଭରା ରାସ୍ତାରେ ଗାଡ଼ି ଫସି ଯିବାର ଭୟ ଗାଡି ଚାଳକ ମାନଙ୍କ ମନରେ ଘୋର ଆଶଙ୍କା ସୃଷ୍ଟି ହେଉଛି।ରାଜ୍ୟ ସରକାର ସାଧାରଣଙ୍କ ନିମନ୍ତେ ଗମନା ଗମନକୁ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଏହି ରାସ୍ତାଟି ବିଭାଗୀୟ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ଦୁଃଖ ଓ ପରିତାପର ବିଷୟ ବୋଲି ସାଧାରଣରେ ଅସନ୍ତୋଷ ବ୍ୟକ୍ତ ହେଉଅଛି। ରାଜନେତା ହୁଅନ୍ତୁ କିମ୍ବା ବିଭାଗୀୟ ହେଉ କାହାର ଆନ୍ତରିକତାର ଅଭାବ ପାଇଁ ଏହି ରାସ୍ତା କାର୍ଯ୍ୟର ଅଗ୍ରଗତି ଘଟିପାରୁ ନାହିଁ ତାହା ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ତେବେ ଏହି ସମ୍ପର୍କରେ ଖବର ବହୁବାର ବିଭିର୍ଣ୍ଣ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କ କୌଣସି ଭୃପକ୍ଷେପ ନଥାଇ ଚେଇଁ ଶୋଇଲା ପରି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।ତେଣୁ ଏ ସମ୍ପର୍କରେ
ବିଶେଷ ଭାବେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.