କଲ୍ୟାଣସିଂପୁର,୧୪/୧୨(ପିପିଟି); ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଂଚାୟତ ସ୍ଥିତ ଦେଉଳବାଡ଼ି ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ରାୟଗଡା ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ତରଫରୁ ଚଳିତ ମାସ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଛତୁ ଚାଷ ସମ୍ପର୍କିତ ତାଲିମ ଶିବିର ରବିବାର ଶେଷ ହୋଇଛି। ଏହି ତାଲିମ ଶିବିରଟି ଦଶ ଦିନ ଧରି ଚାଲିଥିବା ଜଣାପଡିଛି। ତାଲିମ ଶିବିରକୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ର। ୩୩ ଜଣ ସଦସ୍ୟା ମାନେ ଯୋଗ ଦେଇ ଛତୁ ଚାଷ କରିବା ପ୍ରଣାଳୀର ତାଲିମ ଗ୍ରହଣ କରିଥିଲେ। ଛତୁ ଚାଷ ତାଲିମ ନେଇଥିବା ସଦସ୍ୟା ମାନଙ୍କୁ ଅଙ୍ଗଦ କୁଟୁକା ପରୀକ୍ଷା ମାଧ୍ୟମରେ ଜ୍ଞାନ ପରୀକ୍ଷା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସଂଜୁରାଣୀ ମିଶ୍ର ଯୋଗ ଦେଇଥିବା ବେଳେ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ରାୟଗଡାର ନିର୍ଦ୍ଦେଶକ ପରମାନନ୍ଦ ମଣ୍ଡଳ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସେହିପରି ଉକ୍ତ ଅନୁଷ୍ଠାନର ପ୍ରଶିକ୍ଷକ ଏମ. ମାଧୁରୀ ଦେବୀ ତାଲିମକୁ ପରିଚାଳନା କରିଥିବା ବେଳେ ମିଶନ ଶକ୍ତିର ବ୍ଲକ ସଂଯୋଜକ ପ୍ରିୟଙ୍କା ମୂଲିଆ ଆୟୋଜନ କରିଥିଲେ। ଏହି ତାଲିମରେ କିପରି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଇ ଆର୍ଥିକ ସ୍ଥିତିର ସୁଧାର ଆଣି ରୋଜଗାର କ୍ଷମ କରାଇବା ଏହି ପ୍ରତିଷ୍ଠାନର ମୂଳ ଉଧ୍ୟେଶ୍ୟ ବୋଲି ପ୍ରତିଷ୍ଠାନର ପ୍ରଶିକ୍ଷକ ଏମ.ମାଧୁରୀ ଦେବୀ କହିଛନ୍ତି।ଶେଷରେ ଏହି ଦଶ ଦିନିଆ ଛତୁ ଚାଷ ତାଲିମ ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )