ଷଣ୍ଢମୂଳରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ।

0 355

କୋଦଳା,୦୧/୦୬(ପିପିଟି): ଆଜି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକ ଅଧିନସ୍ଥ ଷଣ୍ଢମୂଳ ଗ୍ରାମ ପଞ୍ଚାୟତର ଖୁଣ୍ଟିଆତୋଟା ଗ୍ରାମ ଠାରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ କାର୍ଯ୍ୟକ୍ରମରେ କୋଦଳା ତହସିଲଦାର ସଶ୍ମିତା ଶତପଥୀଙ୍କ ଉପସ୍ଥିତିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମହୋଦୟା ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପଟ୍ଟା ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏଥି ସହ ଗଞ୍ଜାମର ଜିଲ୍ଲା ଜନମଙ୍ଗଳ ଅଧିକାରୀ ଶ୍ରୀ ପରୀକ୍ଷିତ ଦାସ, ବେଗୁନିଆପଡା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ସୁମିତ୍ରା ସାହୁ ,ସହିତ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ପରିଡା ଓ ଜିଲ୍ଲା ପରିଷଦ ପ୍ରତିନିଧି ଜୟରାମ ସ୍ୱାଇଁ , ଦୁର୍ଯ୍ୟାଧନ ଗୌଡ଼ ,ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରା ସମେତ ଷଣ୍ଢମୂଳ ପଞ୍ଚାୟତ ପିଇଓ ବିଦୀପ୍ତ କୁମାର ଟହଲ ଏଵଂ ଆରଆଇ ପ୍ରଦୀପ କୁମାର ଦାସ ,ଜଙ୍ଗଲ ବିଭାଗ କର୍ମଚାରୀ ସମସ୍ତଙ୍କ ଉପସ୍ଥିତିରେ ହିତାଧିକାରୀ ମାନକୁ ଜଙ୍ଗଲ ଜମି ପଟା ବଣ୍ଟନ କରିଥିଲେ। ଏହି ପଟ୍ଟା ପ୍ରଦାନ ଦ୍ୱାରା ଖୁଣ୍ଟିଆତୋଟା ଗ୍ରାମର ବହୁ ଚାଷୀ ପରିବାର ଜମିପଟାକୁ ଆଧାର କରି ଆଗରୁ ବଞ୍ଚିତ ହେଇଥିବା ଅନେକ ସରକାରୀ ସୁବିଧାର ଏଣିକି ଲାଭ ପାଇ ପାରିବେ ବୋଲି ବିଧାୟିକା ପ୍ରକାଶ କରିଥିଲେ । ସାଧାରଣତଃ ସେମାନେ ଜାତିଗତ ପ୍ରମାଣ ପତ୍ର ପାଇଁ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ମଧ୍ୟ ଦୂର ହେବ ବୋଲି ସେ କହିଥିଲେ, ଏ ସମସ୍ତ ସୁଯୋଗ ନିଜ ହାତ ପାହାନ୍ତରେ ପାଇପାରିଥିବାରୁ ହିତାଧିକାରୀ ବିଧାୟିକାଙ୍କ ଏହି ପ୍ରୟାସକୁ ପ୍ରସଂଶା କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.