ଷଡୟନ୍ତ୍ର ଓ ଅନ୍ୟାନ୍ୟପୂର୍ଣ୍ଣ ଗିରଫଦାରୀ ବିରୋଧରେ କୃଷକ ସଂଘର୍ଷର ବିଜୟ ହେବ ।

0 237

ଆସିକା,ତା ୦୨/୦୮(ପିପିଟି); ଷଡଯନ୍ତ୍ର ଓ ଅନ୍ୟାୟପୂର୍ଣ ଗିରଫଦାରୀ ର ଶିକାର ହୋଇଥିବା କୃଷକ ନେତା ବାସୁଦେବ ସିଓ, ପ୍ରଶାନ୍ତ ସ୍ବାଇଁ ଓ ପ୍ରଦ୍ୟୁମ୍ନ ବିଶ୍ବାଳ ଆଜି ଆସିକା ଜେଲରୁ ବେଲରେ ଆସିଛନ୍ତି ।ଏଠାରେ ପ୍ରକାଶ ଯୋଗ୍ୟ ଯେ ଟୋକନ ପ୍ରାପ୍ତ ଚାଷୀ ଠାରୁ ମଣ୍ଡିରେ ଧାନ କ୍ରୟ କରିବାରେ ସରକାର ବିଫଳ ହେବାରୁ ଗତ ୦୪ ମାର୍ଚ୍ଚ ୨୦୨୧ରେ ବ୍ରହ୍ମପୁର ରାୟପୁର ଜାତୀୟ ରାଜପଥକୁ କେନ୍ଦୁପଦର ଛକଠାରେ ଗହଙ୍ଗୁ ସୋସାଇଟିର ଚାଷୀ ଧାନବସ୍ତା ରଖି ୮ ଘଣ୍ଟା ଧରିରାସ୍ତା ଅବରୋଧ କରି ଧାନ ବିକ୍ରୀ କରିବାରେ ସଫଳ ହୋଇଥିଲେ । ଅନ୍ନଦାତା ବିରୁଦ୍ଧରେ ଗାଙ୍ଗପୁର ପୋଲିସ, ପ୍ରଶାସନ ଓ ମାଫିଆଙ୍କ ଷଡଯନ୍ତ୍ର କରି ମିଥ୍ୟା କେଶ ଲଦି ଗତ ମଇ ୨୬ ତାରିଖରେ ୬ ଜଣଙ୍କୁ ରାତି ଅଧିଆ ଅନ୍ୟାୟପୂର୍ଣ୍ଣ ଭାବେ ଗିରଫ କରିଥିଲା । ଶହ ଶହ ଚାଷୀ ଧାନବସ୍ତା ରଖି ଗଣତାନ୍ତ୍ରିକ ପନ୍ଥାରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ ଏବଂ ପ୍ରଶାସନ ଆନ୍ଦୋଳନରତ ଚାଷୀଙ୍କ ଦାବି ମାନିନେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ଗାଙ୍ଗପୁର ପୋଲିସ ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ବିଭିନ୍ନ ମିଥ୍ୟା ମାମଲାରେ ମୋକଦ୍ଦମା ରୁଜୁ କରି ୧୭ ଜଣ ଚାଷୀ ଓ କ୍ରାନ୍ତିକାରୀ କୃଷକ ସଭା ର ରାଜ୍ୟ ସମ୍ପାଦକ ଶଙ୍କର ସାହୁଙ୍କ ନାମରେ ୩୦୭ ଭଳି ସଙ୍ଗୀନ ଦଫା ଲଗାଯାଇଛି । କୋଭିଡ ମହାମାରୀ ସମୟରେ ଜେଲ ଭିତରେ କ୍ଷମତା ଠାରୁ ଅଧିକ ବନ୍ଦୀ ଥିବାରୁ ଖୋଦ୍ ସୁପ୍ରିମକୋର୍ଟ ଅପେକ୍ଷାକୃତ ଛୋଟ ଅପରାଧରେ ଥିବା ବିଚାରଧୀନ ବନ୍ଦୀଙ୍କୁ ବେଲରେ ଛାଡିଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ସମୟରେ ଗାଙ୍ଗପୁର ପୋଲିସ ଚାଷୀମାନଙ୍କୁ ରାତିଅଧିଆ ଗିରଫ କରିବା ଘଟଣାକୁ ବହୁ କୃଷକ ସଂଗଠନ ନିନ୍ଦା କରିଥିଲେ। ନବୀନ ସରକାର ଧାନକିଣା ନେଇ ନିଜର ଅପାରଗତାକୁ ଘୋଡେ଼ଇବାକୁ ଯାଇ ଗଞ୍ଜାମ ଜିଲ୍ଲାର ଚାଷୀମାନଙ୍କ ପ୍ରତିବାଦର ସ୍ଵରକୁ ଦବେଇବା ପାଇଁ ହୀନ ପ୍ରୟାସ କରୁଅଛି । ଏହା ବିରୁଦ୍ଧରେ କୃଷକମାନଙ୍କ ନିଶ୍ଚିତ ବିଜୟ ହେବ ।

Leave A Reply

Your email address will not be published.