ଶ୍ରେଷ୍ଠ ପୁଲିସ ଅଧିକାରୀ ଭାବରେ ସବ୍ଯସାଚ୍ଚୀ ମଲ୍ଲ ସମ୍ମାନିତ ।

0 1,583

ବ୍ରହ୍ମପୁର, ୩୧/୦୩(ପିପିଟି): ଗଞ୍ଜାମ ଜିଲ୍ଲାର ପାଟପୁର ଥାନାର ଇନ୍ସପେକ୍ଟର ସବ୍ଯସାଚ୍ଚୀ ମଲ୍ଲଙ୍କୁ ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ (ପିପିଟି) ପକ୍ଷରୁ ଶ୍ରେଷ୍ଠ ପୁଲିସ ଅଧିକାରୀ ଭାବରେ ମନୋନୀତ କରାଯାଇ ତାଙ୍କୁ ସମ୍ମାନିତ କରାଯାଇଛି। ଶ୍ରୀ ମଲ୍ଲ ପାଟପୁର ଥାନା ଅଧିକାରୀ ଭାବରେ ଯୋଗ ଦେବା ପରେ ସାନଖେମୁଣ୍ଡି ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ସହିତ ଅଞ୍ଚଳରେ ନିଶା କାରବାରକୁ ବନ୍ଦ କରାଇବା ଏବଂ ସାଧାରଣ ଜନତାଙ୍କ ମଧ୍ଯରେ ଉତ୍ସାହ ବଢାଇବା ଓ ସାଧାରଣ ଲୋକଙ୍କ ନିକଟତର ହୋଇ ସେବା ଯୋଗାଇବାରେ ସଫଳ ଭୂମିକା ପାଇଁ ପିପିଟିର ଦ୍ବିତୀୟ ବାର୍ଷିକୋତ୍ସବରେ ଶ୍ରେଷ୍ଠ ପୁଲିସ ଅଧିକାରୀ ଭାବରେ ମନୋନୀତ କରାଯାଇଥିଲା। ପିପିଟିର ସଭାପତି ଦେବସ୍ମିତା ମହାନ୍ତି, ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, କମିଟି ସଦସ୍ଯ ଏସ.ବିଜୟ ଲକ୍ଷ୍ମୀ,ବ୍ରହ୍ମପୁର ଉପଖଣ୍ଡ ପ୍ରତିନିଧି ଆରତ କୁମାର ହୋତା, ଛତ୍ରପୁର ଉପଖଣ୍ଡ ପ୍ରତିନିଧି ସପ୍ନେଶ୍ବର ପାଣିଗ୍ରାହୀ,ନିର୍ଭୟ ଜିଲ୍ଲା ପ୍ରତିନିଧି ପ୍ରିୟବ୍ରତ ପଣ୍ଡା ପ୍ରମୁଖ ପାଟପୁର ଥାନାରେ ପହଞ୍ଚି ଥାନା ଅଧିକାରୀ ସବ୍ଯସାଚ୍ଚୀ ମଲ୍ଲଙ୍କୁ ସାକ୍ଷାତ କରି ସମ୍ମାନିତ କରିଥିଲେ।

Leave A Reply

Your email address will not be published.