ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ସମ୍ମାନ ପାଇଲେ କନ୍ଧମାଳର ଅଭିନେତା ସୌରଭ ନନ୍ଦ ।

0 235

କନ୍ଧମାଳ,୧୧/୦୯(ପିପିଟି): ନାଗେଶ୍ଵର ଫିଲ୍ମ ପ୍ରଡକ୍ସନ ପକ୍ଷରୁ ରାଜ୍ୟ ସ୍ତରୀୟ ସିନେ ସାହିତ୍ୟ ଆୱାର୍ଡ଼ -୨୦୨୨ ଅନୁଷ୍ଠିତ ହୋଇଯାଇଛି। ରବିବାର ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମ୍ମାନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଶାସକ ତଥା ପୂର୍ବତନ ସ୍ବାସ୍ଥ୍ୟ ସଚିବ ଓ ରାଜ୍ୟ ନିର୍ବାଚନ କମିଶନର ରବିନାରାୟଣ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତରନାଥ ନାଥ ପ୍ରଭୁ ଶ୍ରଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ ସମ୍ମାନ କାର୍ଯ୍ୟକ୍ରମ ଉଦଘାଟନ କରାଯାଇଥିଲା। ନାଗେଶ୍ବର ଫିଲ୍ମ ପ୍ରଡକ୍ସନର ମୁଖ୍ୟ ଅଶୋକ ଘଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରମାଦେବୀ ମହିଳା ମହାବିଦ୍ୟାଳୟ ଭୁବନେଶ୍ୱରର ପ୍ରାକ୍ତନ ଅଧ୍ୟକ୍ଷା ଡ.ଶକୁନ୍ତଳା ବଳିଆର ସିଂହ ସମ୍ମାନୀତ ଅତିଥି, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ହରେକୃଷ୍ଣ ଦାସ ଅତିଥି ଭାବେ ଯୋଗଦେଇ ଥିଲେ। ଲେଖିକା ସୌଦାମିନୀ ସାମନ୍ତରାୟ ସଭାର ଉଦେଶ୍ୟ ଜ୍ଞାପନ କରିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ନିଜେ ସୌରଭ ଏବଂ ତାଙ୍କ ମିଠା ମିଠା କଥାରେ ବାନ୍ଧି ରଖିଥିଲେ ଦର୍ଶକମାନଙ୍କୁ। ଶେଷରେ ସୁଧା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କନ୍ଧମାଳ ଜିଲାର ସୁଯୋଗ୍ୟ ସନ୍ତାନ ତଥା ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସୌରଭଙ୍କୁ ତାଙ୍କର ନିଖୁଣ ଅଭିନୟ ପାଇଁ “ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ସମ୍ମାନ” ସମ୍ମାନରେ ସମ୍ମାନିତ କରାଯାଇଥିଲା। ମଞ୍ଚାସୀନ ଅତିଥି ମାନେ ଶ୍ରୀ ନନ୍ଦଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ,ମାନପତ୍ର, ଉପଢୌକନ ପ୍ରଦାନ କରି ସମ୍ମାନୀତ ତଥା ସମ୍ବର୍ଦ୍ଧିତ କରିଥିଲେ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.