ଶ୍ରୀ ଶ୍ରୀ ରାଧାକୃଷ୍ଣ ଲଳିତା ମହାପ୍ରଭୁଙ୍କ ମନ୍ଦିର ପରିଚାଳନା ଟ୍ରଷ୍ଟିଙ୍କୁ ହିଞ୍ଜିଳି ଗ୍ରାମବାସୀଙ୍କ ଦ୍ବାରା ସ୍ଵାଗତ ଓ ସମ୍ବର୍ଦ୍ଧନା ।

0 254

ହିଞ୍ଜିଳିକାଟୁ,ତା-୦୨/୧୦(ପିପିଟି) ;ପ୍ରକାଶ ଥାଉକି ଗତ କିଛିଦିନ ହେଲା ସମ୍ପୃକ୍ତ ମନ୍ଦିରର ଜମିକୁ ବିକ୍ରି କରିବା ପାଇଁ ପୁରୁଣା ଟ୍ରଷ୍ଟି ଅନୁମତି ଆଣିଥିଲେ । ଉକ୍ତ ଜମିକୁ ନିଲାମ ପ୍ରକ୍ରିୟାକୁ କେବଳ କାଗଜ ପତ୍ରରେ କରି ଶାଗ ମାଛ ଦରରେ ବିକ୍ରି କରୁଥିବା ଗ୍ରାମ ବାସୀ ଓ ମନ୍ଦିର ର ଅନ୍ୟ ଚାଷୀମାନେ ଅଭିଯୋଗ କରିଥିଲେ । ଗତ ମଇ ମାସରେ ସ୍ଥାନୀୟ ସବ୍ ରେଜିଷ୍ଟରଙ୍କ ନିକଟରେ ଏ ନେଇ ସୁଦର୍ଶନ ସାବତ ଓ ରୀତାଞ୍ଜଳୀ ସାହୁଙ୍କ ତରଫରୁ ଉକ୍ତ କାରବାର ଅବୈଧ ଦର୍ଶାଇ ରେଜିଷ୍ଟ୍ରେସନ ବନ୍ଦ ରଖିବାକୁ ଏକ ପିଟିସନ ଦାଖଲ କରାଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିକ୍ରି ହେଉଥିବା ଭୂସମ୍ପତ୍ତିକୁ ଦେବୋତ୍ତର ବିଭାଗର କୌଣସି ଅଧିକାରୀ କେବେ ଦେଖି ନାହାନ୍ତି ଓ ମନ୍ଦିରକୁ କେବେ ଆସି ନାହାନ୍ତି ଜମିର ସ୍ଥିତାବସ୍ଥା ନ ପରଖି ଜମି ବିକ୍ରି ପାଇଁ ଅନୁମତି ଦେବା କେତେଦୂର ଯଥାର୍ଥ । ମାନ୍ୟବରଦେବୋତ୍ତର ବିଭାଗ କମିସନ୍ ଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିବା ସମ୍ପତ୍ତି ର ମୂଲ୍ୟ ୪୦ କୋଟି ଟଙ୍କା ହେବ । ଉକ୍ତ ସମ୍ପତ୍ତିକୁ ୧.୪୦ କୋଟି (ଏକ କୋଟି ଚାଳିଶ ଲକ୍ଷ) ଟଙ୍କାରେ ବିକ୍ରି କରିବା ଦ୍ୱାରା ଦେବୋତ୍ତର ବିଭାଗ, ଓ ରାଜ୍ଯ ଆଇନ ମନ୍ତ୍ରୀ ସନ୍ଦେହ ପରିସର ଭୁକ୍ତ ହୋଇଛନ୍ତି ଏବଂ ଏହା ରାଜ୍ଯ ସରକାର ଏହାକୁ ରାଜ୍ୟ ଭିଜିଲାନ୍ସ ବିଭାଗ ଦ୍ଵାରା ଅନୁସନ୍ଧାନ କରି ଲୋକଙ୍କ ସନ୍ଦେହ ମୋଚନ କରିବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ସେ ଯାହା ହେଉ ବହୁ ବିଳମ୍ବରେ ହେଲେ ମଧ୍ୟ ଗ୍ରାମବାସୀଙ୍କ ଭାବାବେଗକୁ ବିଚାରକୁ ନେଇ ଦେବୋତ୍ତର କମିସନ୍ ମନ୍ଦିର ସୁପରିଚାଳନା ନିମନ୍ତେ ଏକ କାମଚଳା ପରିଚାଳନା ଟ୍ରଷ୍ଟ ତିଆରି କରିଛନ୍ତି । ଏଥିରେ ସ୍ଥାନୀୟ ତହସିଲଦାର ମୁଖ୍ୟ ଟ୍ରଷ୍ଟୀ ଥିବା ବେଳେ ହିଞ୍ଜିଳି କାଟୁ ବି.ଡି.ଓ ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ହିଞ୍ଜିଳି ଥାନା ଅଧିକାରୀ, ହିଞ୍ଜିଳି ବିଧାୟକଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଓ ଗ୍ରାମ ବାସୀ ଙ୍କ ତରଫରୁ ନୀଳ ମାଧବ ଦ୍ୟାନ ସୁମନ୍ତ, ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଛି ଏହି ଟ୍ରଷ୍ଟ ଦାୟିତ୍ଵ ନେବା ପୂର୍ବରୁ ଗ୍ରାମବାସୀ ମାନେ ସ୍ୱାଗତ୍ କରି ଏକ ସୁନ୍ଦର ପ୍ରସ୍ତାବ ଦେଇଥିଲେ ଯେ ମନ୍ଦିର ଜମିକୁ ବିକ୍ରି ନ କରି ସବ୍ ରେଜିଷ୍ଟରଙ୍କ ନିକଟରେ ଥିବା ଜମି ବିକା ପ୍ରସ୍ତାବକୁ ସମ୍ପୁର୍ଣ୍ଣ ବାରଣ କରାଯାଉ, ମନ୍ଦିର ର ଜାନି ଯାତ, ଚୂନ କଲର କରି ମନ୍ଦିର କୁ ସ୍ଵଚ୍ଛ ସୁନ୍ଦର କରାଯାଉ. ଏଥିପାଇଁ ଆବଶ୍ୟକ ଆର୍ଥିକ, ମାନସିକ, ସାମାଜିକ ସମସ୍ତ ପ୍ରକାର ସହଯୋଗ ଗ୍ରାମବାସୀ ମାନେ କରିବା ପାଇଁ ପ୍ରତିଶୃତି ଦେଇଥିଲେ। (ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)

Leave A Reply

Your email address will not be published.