ବେଲଗୁଣ୍ଠା,୧୫/୦୧(ପିପିଟି): ଗଂଜାମ ବେଲଗୁଣ୍ଠା ଖଦାଳ ସାହି ସ୍ଥିତ ଶ୍ରୀ ଶ୍ରୀ ମାଆ ରୁଦ୍ରକାଳୀ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳେ ପୂଜକ କାର୍ତ୍ତିକ ରଣାଙ୍କ ଦ୍ଵାରା ରୁଦ୍ର କାଳୀଙ୍କ ଅବକାଶ, ବାଳଭୋଗ, ମଙ୍ଗଳ ଆଳତୀ, ହୋମଯଜ୍ଞ, ଅନ୍ନଭୋଗ ସହ ଘୃତଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୬ ତାରିଖରେ ମେରୁ ମଣ୍ଡପ ଶୁଭ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଆଜି ଦଣ୍ଡ ପରିଚାଳନା କମିଟିର ମନ୍ଦିର ସଭାପତି ଜିତେନ୍ଦ୍ର ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଏଥିରେ ଦଣ୍ଡଯାତ୍ରାର ମୁଖ୍ୟ ପରିଚାଳକ ଲିଙ୍ଗରାଜ ପାତ୍ର, ଉପଦେଷ୍ଟା ଦେବୀ ପ୍ରସାଦ ପାତ୍ର,ସମ୍ପାଦକ ବାଳକୃଷ୍ଣ ପାତ୍ରଙ୍କ ସମେତ ରୂନା ପାତ୍ର, ଲାଲୁ ପଣ୍ଡା, ସତ୍ୟନାରାୟଣ ପାତ୍ର, କାମ୍ପ ନାଇକ, ଜଗା ନାଇକଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମନ୍ଦିର ପ୍ରତିଷ୍ଠାତା କର୍ତ୍ତା ପ୍ରଶାନ୍ତ କୁମାର ପାଣିଗ୍ରାହୀ, ତାଙ୍କ ସହଧର୍ମିଣୀ ବିନିତା ପାଣିଗ୍ରାହୀ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ । ଦିଗାମ୍ବର ଷଡ଼ଙ୍ଗୀ, ବିଜୟ କୃଷ୍ଣ, ବିଧାନ ଷଡଙ୍ଗୀ ଏବଂ ବିଜୟଲକ୍ଷ୍ମୀ ଶରଣପୁର ଶାସନର ପଣ୍ଡିତ ମାନଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସଂପାଦନ ହୋଇଥିଲା । ଆଜିର ପ୍ରଥମ ବାର୍ଷିକ ଉତ୍ସବରେ ଗୁରୁ ଯଜ୍ଞ କୁଣ୍ଡର କର୍ତ୍ତା ଭାବେ ପ୍ରଶାନ୍ତ କୁମାର ପାଣିଗ୍ରାହୀ,ସହଧର୍ମିଣୀ ବିନିତା ପାଣିଗ୍ରାହୀ,ଋକ୍ ବେଦ ଯଜ୍ଞ କୁଣ୍ଡର କର୍ତ୍ତା ଭାବେ ସନତ୍ କୁମାର ସୁବୁଦ୍ଧି, ସହଧର୍ମିଣୀ ରାଜଲକ୍ଷ୍ମୀ ପାତ୍ର, ସାମ୍ ବେଦ ଯଜ୍ଞ କୁଣ୍ଡର କର୍ତ୍ତା ଭାବେ ବାଳକୃଷ୍ଣ ପାତ୍ର,ସହଧର୍ମିଣୀ ଗୀତୀସ୍ମିତା ପାତ୍ର, ଯଜୁଃ ବେଦ ଯଜ୍ଞ କୁଣ୍ଡର କର୍ତ୍ତା ଭାବେ ସାଇରାମ ପାତ୍ର, ସହଧର୍ମିଣୀ ଶୁଭାସ୍ମିତା ପାତ୍ର, ଅଥର୍ବ ବେଦ ଯଜ୍ଞ କୁଣ୍ଡର କର୍ତ୍ତା ଭାବେ ସଂଜୀବ କୁମାର ପାତ୍ର, ସହଧର୍ମିଣୀ ବବିତା ପାତ୍ର ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ଏହା ଦେଖିବା ପାଇଁ ଆଜି ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହା ସହ ଓଁ ଶ୍ରୀ ନାଟ୍ୟ ସଂସଦର ଯାତ୍ରା ତ୍ରିରଙ୍ଗା ପକ୍ଷରୁ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )
Next Post