ଶ୍ରୀ ବେଲେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବୈଠକ ।

0 269

ହିଞ୍ଜିଳିକାଟୁ,୨୮/୦୧(ପିପିଟି):ବେଲଗାଁ ସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଯିବି ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ବୈଠକ ଅଧ୍ୟକ୍ଷା ଡ଼ ଅମିତା ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସରକାରଙ୍କ ଏଜେଣ୍ଡା ବିଷୟରେ ଅଭିଭାବକ ମାନଙ୍କୁ ଅବଗତ କରାଯାଇଥିଲା । ମୁଖ୍ୟ ଅତିଥି ହିଞ୍ଜିଳି ବି.ଇ.ଓ ଅଫିସର ସି.ଆର.ସି.ସି ସୁଶାନ୍ତ କୁମାର ପାଢ଼ୀ ଏଵଂ ମୁଖ୍ୟବକ୍ତା ଶ୍ରୀ ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାମ କୃଷ୍ଣ ଗୌଡ଼ ଯୋଗ ଦେଇ ଅଭିଭାବକ ଓ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ସମନ୍ୱୟ ଦ୍ୱାରା ଶିକ୍ଷାର ଉନ୍ନତି ସମ୍ଭବ ହୋଇ ପାରିବ ବୋଲି ଗୁରତ୍ୱ ଆରୋପ କରିଥିଲେ ଏହି ସମ୍ମିଳନୀରେ ୧୮୦ ଜଣ ଅଭିଭାବକ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ମାନସ ରଞ୍ଜନ ପଟନାୟକ ସଂଯୋଜନା କରିଥିଲେ । ଅଧ୍ୟାପକ କାଳୁ ଚରଣ ନାୟକ ଅତିଥି ପରିଚୟ କରିଥିଲା ବେଳେ ଅଧ୍ୟାପକ ଗୋପାଳ କୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରି ଥିଲେ । ଏଥିରେ ସମସ୍ତ ଡ଼ିଗ୍ରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଅଂଶ ଗ୍ରହଣ କରି ଥିଲେ ।
(ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ। )

Leave A Reply

Your email address will not be published.