ଶ୍ରୀଶ୍ରୀ ରାଧାକୃଷ୍ଣ ମନ୍ଦିର ଉପସ୍ଥାପିତ ଦଲିଲ ତୁରନ୍ତ ପ୍ରତ୍ୟାହାର ଓ ମନ୍ଦିର ଉନ୍ନତି ତଥା ସୁରକ୍ଷା ସମ୍ପର୍କିତ ନେଇ ଗ୍ରାମବାସୀଙ୍କ ଦାବିପତ୍ର ।
ହିଞ୍ଜିଳିକାଟୁ; ୩୦/୦୯ (ପିପିଟି) :- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୋୖରାଞ୍ଚଳରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରର ଜମି ବିକ୍ରୟକୁ ପ୍ରତିବାଦ ଓ ମନ୍ଦିର ଉନ୍ନତି ସୁରକ୍ଷା ନିମନ୍ତେ ବୁଧୁବାର ହିଞ୍ଜିଳି ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ହିଞ୍ଜିଳି ସବ୍ ରେଜିଷ୍ଟ୍ରାରଙ୍କ ପାଖରେ ମନ୍ଦିର ଜମି ବିକ୍ରୀ ହେବାକୁ ଥିବାବେଳେ ଗ୍ରାମବାସୀ ଜାଣି ପ୍ରତିବାଦ କରିଥିଲେ । ସୂଚନା ମୁତାବକ ହିନ୍ଦୁ ଦେବୋତ୍ତର ଆୟୁକ୍ତ ଅଦାଲତ ଭୁବନେଶ୍ୱରଙ୍କ ଦେବୋତ୍ତର ଆଇନ ୧୯ ଧାରା ଅନୁସାରେ ଓ.ଏ.ନଂ୮/୨୦୦୪ ଓ ଭୁବନେଶ୍ୱରଙ୍କ ଅଦାଲତ ଅପିଲ ନଂ ୨/୨୦୧୯ ଆଇନ ବିଭାଗ ଓଡ଼ିଶାଙ୍କ ଅଦେଶ ପ୍ରକାରେ ଉପରୋକ୍ତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରର ପୂର୍ବତନ ଟ୍ରଷ୍ଟି ଅନୈତିକ ପ୍ରକ୍ରିୟାରେ ନିଲାମ ସମ୍ପାଦାନ କଲାଭଳି କାଗଜପତ୍ର ପ୍ରସ୍ତୁତ କରି ଗତ ତା ୦୩/୦୯/୨୦ ରିଖରେ ରେଜିଷ୍ଟ୍ରେସନ କରୁଥିବା ସମୟରେ ଗ୍ରାମବାସୀଙ୍କ ନଜରକୁ ଆସିଥିଲା ।ପରେ ଗ୍ରାମବାସୀଙ୍କ ଆପତ୍ତି ଅଭିଯୋଗ ଦର୍ଶାଇବାରୁ ସେହି ଦଲିଲ କାଗଜ ବର୍ତ୍ତମାନ ଏ ପର୍ଯ୍ୟନ୍ତ ସବ୍ ରେଜିଷ୍ଟ୍ରାର୍ ଙ୍କ କାର୍ଯ୍ୟାଳୟ ରେ ସ୍ଥଗିତ ରହିଛି । ଉପସ୍ଥାପିତ ଦଲିଲ ତୁରନ୍ତ ପ୍ରତ୍ୟାହାର ନିମନ୍ତେ ଗ୍ରାମବାସୀ ଅନୁରୋଧ କରିଛନ୍ତି ।ଉକ୍ତ ମନ୍ଦିରର ମୋଟ ଏ ୭.୭୮୧ ଡେସିମିଲ ଜମିକୁ ପୂର୍ବତନ ଟ୍ରଷ୍ଟି ବିକ୍ରି ନିମନ୍ତେ ଦରଖାସ୍ତ କରିଥିଲେ । ଏହି ଜମିଗୁଡିକୁ ସମ୍ପୁର୍ଣ୍ଣ ଅନାଦେୟ ବା ପଡିଆ ଜମି ଓ ଜବରଦଖଲ ଭୟ ଥିବା ଦର୍ଶାଇଛନ୍ତି। ବିବାଦୀୟ ଜମିର ସରଜମିନ ସ୍ଥିତି ତଦନ୍ତ ଓ ସତ୍ୟାସତ୍ୟ ବାହାର କରି ପୁନଃର୍ବିଚାର ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଉ । ପୂର୍ବତନ ଟ୍ରଷ୍ଟି ସତ୍ୟପାଠରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରର ସେବନୀତି ଓ ମରାମତିର ଆର୍ଥିକ ସବୁ ପ୍ରକାର ସମସ୍ୟା ଦର୍ଶାଇଥିବା ବେଳେ ଗ୍ରାମବାସୀଙ୍କ କହିବା ପ୍ରକାରେ ଗ୍ରାମର ବିଭିନ୍ନ ମନ୍ଦିରର ନିତିକାନ୍ତି ତଥା ପରିଚାଳନା ପାଇଁ କୌଣସି ଭୁସମ୍ପତି ଓ ଜମି ଆୟକର ନଥାଇ ଅଞ୍ଚଳବାସୀଙ୍କ ସହଯୋଗରେ ବର୍ଷର ବିଭିନ୍ନ ଯାନିଯାତ୍ରା ମହାଆଡମ୍ବରରେ ପାଳନ ହୋଇଥାଏ ।ଗ୍ରାମର ସବୁ ମନ୍ଦିର ପରି ଏହି ମନ୍ଦିରର ସମସ୍ତ ଆବଶ୍ୟକତା ଓ ସହଯୋଗ କରିବା ନିମନ୍ତେ ଗ୍ରାମବାସୀ କହିଛନ୍ତି ।ଯେଉଁ ମନ୍ଦିର ଜମିକୁ ପୂର୍ବତନ ଟ୍ରଷ୍ଟି ବିକ୍ରୟ ପ୍ରସ୍ତାବକୁ ରଦ୍ଧ କରିବା ସହ ନିଲାମ ପ୍ରକ୍ରିୟା ଯାଞ୍ଚ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯାଉ । ଏହି ସତ୍ତ୍ୱେ ଜବରଦଖଲ ଭୟ କିମ୍ବା ଜମି ବିକ୍ରୟର ଆଇନଗତ ଆବଶ୍ୟକତାରେ ବି ଗଞ୍ଜାମ ରିଜିଓନାଲ ଇମ୍ପୃଭମେଣ୍ଟ ଟ୍ରଷ୍ଟ,ପୌର ପରିଷଦ,’ରିରା’ ଭଳି ସଂସ୍ଥାରେ ଅନୁମୋଦନ କରି ବିଭିନ୍ନ ପତ୍ରପତ୍ରିକାରେ ପ୍ରଚାର ପ୍ରସାର କରି ଛୋଟ ଛୋଟ ପ୍ଲଟ ଆକାରରେ ବଜାରମୁଲ୍ୟ ରେ ବିକ୍ରି କରାଯାଉ । ମନ୍ଦିର ଟ୍ରଷ୍ଟି ଦଳିଲରୁ ଜଣାଯାଇଛି ଆସନ୍ତା ମେଇ ମାସ ୨୦୨୧ରେ ଠାକୁରଙ୍କ ମନ୍ଦିର ଓ ପ୍ରତିଷ୍ଠାର ଶତବାର୍ଷିକୀ ଉତ୍ସବ ଅନୁଷ୍ଠିତ ହେବ ।ଏହି ଉପଲକ୍ଷେ ମନ୍ଦିରର ରଙ୍ଗ ଦିଆ ,ସାମାନ୍ୟ ମରାମତି ଓ ସମସ୍ତ ଛୋଟ ବଡ କାର୍ଯ୍ୟକୁ ଗାମବାସୀଙ୍କ ଅନୁଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ମେଇ ମାସରେ ହେବାକୁ ଥିବା ମନ୍ଦିର ଏହି ଶତବାର୍ଷିକୀ ଉତ୍ସବ ପାଳନ ତଥା ମନ୍ଦିର ପୁନରୋଦ୍ଧାର ନିମନ୍ତେ ମାନ୍ୟବର ଆୟୁକ୍ତ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆର୍ଥିକ ଅନୁଦାନ ନିମନ୍ତେ ଅନୁରୋଧ କରିଛନ୍ତି।ଏହି ଦାବିପତ୍ର ବହୁ ଗ୍ରାମବାସୀ ଉପସ୍ଥିତ ଥାଇ ପ୍ରଶାସନିକ ଅଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା । (ରିପୋର୍ଟ୍- ଶାନ୍ତନୁ କୁମାର ବେହେରା।)