ଶ୍ରାବଣରେ ଶୁଖିଲା ପଡିଛି ଜମି ଚିନ୍ତାରେ ଚାଷୀ।

0 254

ବୋଲଗଡ଼,୧୫/୦୭(ପିପିଟି):ଅକ୍ଷୟ ତୃତୀୟା ରେ ଅଖି ମୁଠି ଅନୁକୂଳ ପରେ ଚାଷୀ ମୌସୁମୀ ବର୍ଷାକୁ ଅନାଇ ବସିଛି ଚାଷୀ । କେଉଁଠି ବିଲ ଫାଟିଲାଣି କେଉଁଠି ଗଜା ଧାନ ମରିବାକୁ ବସିଲାଣି ମୁହଁ ଦେଖାଇ ମୌସୁମୀ ଗାଏବ ହେଲାଣି କଥାରେ ଅଛି ଧୂଳିଆ ଗୁଣ୍ଡିଚା କାଦୁଆ ବାହୁଡା କିନ୍ତୁ ଆଷାଢ଼ ସରି ଶ୍ରାବଣ ମାସ ପ୍ରବେଶ ସତ୍ତ୍ଵେ ଧାରା ଶ୍ରାବଣ ବର୍ଷା କେଉଁ ଆଡ଼େ ଉଦ୍ଭାନ ହୋଇଯାଇଛି । ମୌସୁମୀ ବର୍ଷା ଲୁଚକାଳି ଖେଳୁଥିବା ବେଳେ ଚାଷୀ କିନ୍ତୁ ଗୋଟିଏ ଜମିରେ ଦୁଇ ଥର ଧାନ ବୁଣି ନିରାଶ ହୋଇଛି। ସବୁଦିନ ଆକାଶରେ କଳା ବାଦଲ ଘୋଟାଉଛି । ମାତ୍ର ଟୋପାଏ ବର୍ଷା ହେଉନି । କାଳ ବୈଶାଖୀ ବର୍ଷା ହେବା ପରେ ଯେଉଁ କିଛି ଚାଷୀ ଧାନ ବୁଣିଦେଇଥିଲେ ତାଙ୍କର କଥା ନ କହିଲେ ଭଲ । ବିଳମ୍ବରେ ମୌସୁମୀ ବର୍ଷା ହେବା ଫଳରେ ସେମାନେ ବୁଣିଥିବା ବିହନ ନଷ୍ଟ ହୋଇଯାଇଥିବା ବେଳେ ମୌସୁମୀ ବର୍ଷା ହେବା ପରେ ପୁର୍ନବାର ବୁଣିଥିବା ବିହନ ମଧ୍ୟ ନଷ୍ଟ ହୋଇଛି।ବୋଲଗଡ ଓ ବେଗୁନିଆ ଦୁଇଟି ବ୍ଲକ ର ଚାଷୀ ଧାନ ଫସଲ ଉପରେ ନିର୍ଭର କରନ୍ତି। କୃଷି ପ୍ରାଧାନ୍ଯ ଦୁଇଟି ବ୍ଲକରେ ଶ୍ରାବଣ ମାସ ଆରମ୍ଭ ସୁଦ୍ଧା ଶତକଡ଼ା ୮୦ ଭାଗ ଜମିରେ ବର୍ଷା ଅଭାବରୁ ଧାନବୁଣା କାମ ହୋଇପାରିନଥିବା ବେଳେ ତଳିବୁଣା କାମ ଏକ ପ୍ରକାର ଠପ ହୋଇଯାଇଛି । ବଡକଥା ହେଉଛି ଆଷାଢ ମାସ ଶେଷ ସୁଦ୍ଧା ତଥା ଜୁନ ମାସରେ ୧୯୬.୨ ମିମି ସ୍ବଭାବିକ ବର୍ଷାର ଆବଶ୍ୟକତା ପଡ଼ିଥିବା ବେଳେ ମାତ୍ର ୧୨୬.୬ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱଭାବିକ ବର୍ଷା ଠାରୁ ଶତକଡ଼ା ୩୫.୫୦ ପ୍ରତିଶତ କମ । ଜୁଲାଇ ମାସ ଶେଷସୁଦ୍ଧା ୩୦୪.୯ ମିମି ବର୍ଷା ଆବଶ୍ୟକତା ପଡ଼ୁଛି । କିନ୍ତୁ ଏ ମାସରେ ଧାରା ଶ୍ରାବଣ ବର୍ଷା ହେବା ପରିବର୍ତ୍ତେ ଝିପିଝିପି ବର୍ଷା ହୋଇଛି । ତାହା ଚାଷୀମନରେ ଖୁସିଆଣି ପାରିନାହିଁ । ବର୍ଷା ଅଭାବରୁ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଏବଂ ବୋଲଗଡ ବ୍ଳକରେ ସ୍ଥିତି ସଂଗିନ । ବେଗୁନିଆ ବ୍ଳକରେ ସ୍ବାଭାବିକ ବର୍ଷା ଠାରୁ ୭୩.୧୯ ମିମି ଏବଂ ବୋଲଗଡ ବ୍ଳକରେ ସ୍ଵାଭାବିକ ଠାରୁ ଗତ ମାସ ଶେଷ ସୁଦ୍ଧା ୬୭.୫୪ ମିମି କମ ବର୍ଷା ରେକର୍ଡ ହୋଇଛି । ବର୍ଷା ନହେବା କାରଣରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଜିଲ୍ଲା କୃଷି ବିଭାଗ ସୂଚନା ଅନୁସାରେ ଚଳିତ ବର୍ଷ ବେଗୁନିଆ ବ୍ଲକରେ ୧୩ ହଜାର ୩୦୦ ହେକ୍ଟର ଓ ବୋଲଗଡ ବ୍ଲକରେ ୧୪ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ ଯୋଜନା ରହିଛି । ତନ୍ମଧ୍ୟରେ ବେଗୁନିଆ ରେ ୨୩୦୦ ହେକ୍ଟର ରେ ଓ ବୋଲଗଡର ୮ ହଜାର ଖାଲୁଆ ଜମିରେ ଖରିଫ ଧାନ ବୁଣା ହୋଇଥିବା ସୂଚନା ମିଳିଥିବା ଅବଶିଷ୍ଟ ଜମିରେ ଖରିଫ ଧାନ ଚାଷ କାର୍ଯ୍ୟ ଆରମ୍ଭ ହୋଇନି। ମୌସୁମୀ ବର୍ଷା ସହ ଲଘୁଚାପ କିମ୍ବା ଟ୍ରାପଲାଇନ ବର୍ଷା ହେଉ ନଥିବାରୁ ଏହା ଚାଷୀକୁ ଚିନ୍ତାରେ ପକାଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.