ଶୋଇଥିବା ଅବସ୍ଥାରେ ଏକ ବୃଦ୍ଧକୁ ଅତି ନିର୍ମମ ଭାବେ ହତ୍ୟା,ଭୟରେ ଗ୍ରାମ ବାସି ।

0 1,186

ସାନଖେମୁଣ୍ଡି,୦୫/୦୮(ପିପିଟି);ପାଟପୁର ଥାନା ଏସ. ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ପ୍ରତାପଗିରି ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ପ୍ରତାପଗିରି ଗ୍ରାମର ଜଣେ ୭୨ ବର୍ଷୀୟ ବୃଦ୍ଧ ଗାଁ କୋଠ ଘରେ ଶୋଇଥିବା ବେଳେ କିଛି ଦୁର୍ବୁତ୍ତ ବେକ ବୃଦ୍ଧ ଜଣଙ୍କ ବେକ କାଟି ହତ୍ୟା କରିଛନ୍ତି । ଏସ ଗୋପାଳପୁର ପଞ୍ଚାୟତରେ କୋକୁଆ ଭୟ ର ବାତାବରଣ ସୃଷ୍ଟି ହୋଇଛି । ସବୁ ଦିନ ଭଳି ସେହି ଗ୍ରାମର ଅର କରଡା ପାତ୍ର ଗାଁ କୋଠ ଘରେ ଶୋଇ ଥିଲେ ପାଖରେ ଅନ୍ୟ ଚାରି ଜଣ ଲୋକ ମଧ୍ୟ ରାତିରେ ଶୋଇ ଥିଲେ । ତଥାପି କେହି ଦୁର୍ବୁତ୍ତ ଆସି ଧାରୁଆ ଅସ୍ତ୍ର ସାହାଯ୍ୟ ରେ ବେକ ଟିକୁ ଅତି ନିର୍ମମ ଭାବେ କାଟି ହତ୍ୟା କରି ଫେରାର ହୋଇଯାଇଥିଲେ । ସକାଳୁ କରଡା ର ପୁଅ ଭୀମ ପାତ୍ର କୋଠଘରକୁ ଆସି ଦେଖିଲା ବେଳକୁ ରକ୍ତ ଜୁଡୁବୁଡ଼ୁ ହୋଇ ତା ବାପା ପଡିଛି । ସଙ୍ଗେ ସଙ୍ଗେ ପାଟପୁର ପୋଲିସ କୁ ଖବର ଦେଇଥିଲା । ଘଟଣା ସ୍ଥଳକୁ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ, ଏସଆଇ ଶୁଭ୍ରଜିତ ସାମନ୍ତରାୟ ସାଇଣ୍ଟିଫିକ ଟିମ ପହଞ୍ଚି ସନ୍ଧାନୀ କୁକୁର ସାହଯ୍ୟରେ ତଦନ୍ତ ଆରମ୍ଭ କରିଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ଶବକୁ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଥିଲା । ଏନେଇ ମୃତ ବ୍ୟକ୍ତିଙ୍କ ପୁଅର ଏତଲା କ୍ରମେ ପୋଲିସ କେଶ ନମ୍ବର ୧୮୮/୨୦ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.