ଶେରଗଡ, ୨୬/୦୯(ପିପିଟି):ଶେରଗଡ ସ୍ଥିତ ଅରବିନ୍ଦ ଶିଶୁ ବିଦ୍ୟା ନିକେତନ ରୁ ନଗଦ ୨୫ ହଜାର ଓ କାଳିଆ ହୋଟଲ ଛକରେ ଥିବା ଗ୍ରୋସରି ଦୋକାନକୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ଶେରଗଡ ପୋଲିସ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଆସିକା ଏସ.ଡ.ପି.ଓ ଉମା ଶଙ୍କର ସିଂ ଓ ଥାନା ଅଧିକାରୀ ମମତା କୁମାରୀ ସାମନ୍ତରାୟ। ଉକ୍ତ ଘଟଣାରେ ୫ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଗିରଫ ୫ ଜଣ ନଗଦ ଟଙ୍କା ୨୫ହଜାର ଓ ୧ପମ୍ପ ଚୋରୀ ଘଟଣାରେ ରମୁଣି ସାହିର ମିଟୁ ଗୌଡ ଓ ୧୩ ଟି ତେଲ ଡବା ଓ ୭ କେଜି ଘିଅ ପେଟି ଚୋରି ଘଟଣାରେ କେରିକେରିଝୋଲା ସନ୍ତୋଷ ପଟ୍ଟନାୟକ, ତୋଟାସାହିର କାଳିଆ ଗୌଡ଼ ଖଣ୍ଡିଆ ସାହିର ଜିତୁ ଗୌଡ଼,ଆନ୍ଧ୍ର ବ୍ୟାଙ୍କ ନିକଟ ସାହିର ସତ୍ୟ ନାରାୟଣ ପାଢ଼ୀ ଅଛନ୍ତି। ୫ଜଣଙ୍କୁ ଆଜି ପ୍ରଥମେ ଶେରଗଡ ପରେ ଆସିକା ଜେଲକୁ ପଠାଇ ଦିଆଯାଇଛି । ଶେରଗଡ଼ ଥାନା ଅଧିକାରିଣୀ ମମତା କୁମାରୀ ସାମନ୍ତରାୟ ସୂଚନା ଅନୁଯାୟୀ ଗତ ୩ତାରିଖ ଦିନ ଶେରଗଡ ବଜାର ଛକ ପାର୍ଶ୍ୱର ଏକ ଗ୍ରୋସରୀ ଦୋକାନରୁ ରାତି ପ୍ରାୟ ୧ ଘଣ୍ଟ ବେଳେ କିଛି ଦୁର୍ବୁତ୍ତ ୧୩ ଟି ତେଲ ଟିଣ ୭ ଟି ଘିଅ ଥିବା ପେଡ଼ି ଚୋରି କରି କିଛି ଦୁର୍ବୁତ୍ତ ମାନେ ନେଇଯାଇଛନ୍ତି ବୋଲି ଶେରଗଡ ଥାନାରେ ମାଲିକ ସନ୍ତୋଷ ବାଡ଼ତ୍ୟା ଏତାଲା ଦେଇଥିଲେ । ଏହି ଏତାଲାକୁ ଭିତି କରି ଶେରଗଡ଼ ପୋଲିସ କେସ ନଂ ୧୯୬/୨୧ ପ୍ରକାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିଥିଲେ ଓ ୨୩ ତାରିଖ ରାତିରେ ଆସିକା ରାସ୍ତାରେ ଥିବା ଅରବିନ୍ଦ ଶିଶୁ ବିଦ୍ୟା ନିକେତନରେ ପଶି ଦୁର୍ବୁତ୍ତ ବିଦ୍ୟାଳୟର ଚାବି ଭାଙ୍ଗି ବିଦ୍ୟାଳୟ ଆଲମାରୀରୁ ଖୋଲି ନଗଦ ୨୫ ହଜାର
ଓ ପାଣିପମ୍ପ ଚୋରି କରି ନେଇଥିବା ଏକ ଅଭିଯୋଗ ୨୪ ତାରିଖ ଦିନ ୩ ଟା ବେଳେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ଗୌଡ଼ ଏକ ଏତାଲା ଦେଇଥିଲେ ସେହି ଏତାଲାକୁ ଭିତିକରି ଥାନା କେସ ନଂ ୧୯୫/୨୧ ପ୍ରକାରେ ଏକ ମାମଲା ରୁଜୁ କରି ଥାନା ଅଧିକାରିଣୀ ମମତା କୁମାରୀ ସାମନ୍ତରାୟ ଏସ ଆଇ ବିଦେଶୀ ସେଠି ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରି ଉପରୋକ୍ତ ୫ ଜଣଙ୍କୁ ଗିରଫ କରି ଶେରଗଡ ଥାନାକୁ ଆଣିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ୫ଜଣଙ୍କ ନାମ ସୂଚନା ଦେବା ସହ ଶେରଗଡ କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ଆସିକା ଜେଲକୁ ଚଲାଣ କରିଛନ୍ତି। ଏମାନଙ୍କ ନାମରେ ପୂର୍ବରୁ କେସ ନଂ ୧୪/ ୨୧ ଦିବ୍ୟବଜିବନ ସଂଘ ଶାଖାର କିଛି ଆସବାବ ପତ୍ର ଚୋରି କେସ ନଂ ୬୦/୨୧ ବଜାର ଛକର ମୋବାଇଲ ଦୋକାନ ରୁ ଚୋରି ଭଳି ମାମଲା ଅଛି ବୋଲି ଥାନା ଅଧିକାରୀ ମମତା ସାମନ୍ତରାୟ କହିଛନ୍ତି ।
(ରିପୋର୍ଟ – ଭିକୁ ନାୟକ। )