ଶେରଗଡ ବନପାଳ ପକ୍ଷରୁ ବନାଗ୍ନି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 354

ଶେରଗଡ,୧୫/୦୩(ପିପିଟି); ଶେରଗଡ ବନପାଳ ଙ୍କ ପକ୍ଷରୁ ଫରେଷ୍ଟର ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ୱରେ ଆଜି ଶେରଗଡ ବ୍ଲକର ନରେନ୍ଦ୍ରପୁର, କୀର୍ତ୍ତି ପୁର, ପଥରପୁଞ୍ଜି ସହ ଅନେକ ପଞ୍ଚାୟତର ଗାଁ ଗାଁ ଓ ସାହି ବୁଲି ଜଙ୍ଗଲ ରେ ନିଆଁ ନ ଲଗେଇବା ସହ ଜଙ୍ଗଲ କୁ କିପରି ସୁରକ୍ଷା ଦେବା, ବନ୍ୟଜନ୍ତୁ ସୁରକ୍ଷା ଦେବା, ସହ ବୃକ୍ଷ ରୋପଣ ଓ ତାର ସୁରକ୍ଷା ହିଁ ଜୀବନ ର ମୂଳମନ୍ତ୍ର ବୋଲି କହିଛନ୍ତି। ଓଡ଼ିଶାର ଅନେକ ଜିଲ୍ଲା ରେ ଜଙ୍ଗଲ ଜଳୁଥିବା ବେଳେ ଅନେକ ବନ୍ୟ ଜନ୍ତୁ ଓ ଅନେକ ମୂଲ୍ୟବାନ ବୃକ୍ଷ ନିଆଁ ଲାଗି ନଷ୍ଟ ହେଉଥିବା ବେଳେ ଏହା ଏବେ ଉଦବେଗ ଜନକ ପରିସ୍ଥିତି ପାଲିଟିଛି। ଲୋକେ ସଚେତନ ହେଲେ ହିଁ ଜଙ୍ଗଲ ବଞ୍ଚି ରହିବ ବୋଲି ବନପାଳ ଶ୍ରୀ ମିଶ୍ର ଲୋକଙ୍କୁ ସଚେତନତା କରାଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ଶେରଗଡ ବନପାଳ ପ୍ରଦୀପ କୁମାର ମିଶ୍ର, ଲାଜୁ ଶବର, ବିନାୟକ ରଞ୍ଜନ କର, ସହ ଗ୍ରାମର ଅନେକ ବୃଦ୍ଧିଜୀବି ଅନ୍ୟ ଫରେଷ୍ଟ ଗାର୍ଡ ଉପସ୍ଥିତ ଥିଲେ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.