ଶେରଗଡ ପ୍ରେସ୍ କ୍ଲବର ବୈଠକ ଅନୁଷ୍ଠିତ ।

0 73

ଶେରଗଡ,୦୧/୦୮(ପିପିଟି);ଶେରଗଡ ପ୍ରେସ୍ କ୍ଲବ ବୈଠକ ସ୍ଥାନୀୟ ପୂର୍ତ୍ତବିଭାଗ ଡାକ ବଙ୍ଗଳା ଠାରେ କାର୍ଯ୍ଯରତ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ସୂର୍ଯ୍ୟନାରାୟଣ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୋଭିଡ଼ରେ ମୃତ୍ଯୁବରଣ କରିଥିବା ସାମ୍ବାଦିକ ଭାଇ ମାନଙ୍କ ପାଇଁ ଦୁଇମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ବୈଠକରେ ସାମ୍ବାଦିକ ଏକତା ଓ ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରାଯିବା ସହ ଆଗାମୀ ଦୁଇବର୍ଷ ନିମନ୍ତେ ସର୍ବ ସମ୍ମତି କ୍ରମେ କର୍ମକର୍ତ୍ତା ଚୟନ କରାଯାଇଥିଲା ସୂର୍ଯ୍ୟନାରାୟଣ ଦାଶ ମୁଖ୍ଯ ପରାମର୍ଶଦାତା,ସୁବ୍ରତ କୁମାର ପଣ୍ଡା ସଭାପତି,ଭିକୁ ନାୟକ ଉପସଭାପତି, ଚନ୍ଦନ ପାଢୀ ସମ୍ପାଦକ, ରାଘବାନନ୍ଦ ପଶୁପାଳକ କୋଷାଧ୍ୟକ୍ଷ, ଦେବୀ ପ୍ରସାଦ ଦାଶ ସାଙ୍ଗଠନିକ ସମ୍ପାଦକ, ରାମକୃଷ୍ଣ ପାଣି ସହ ସମ୍ପାଦକ, କାର୍ଯ୍ଯକାରିଣୀ ସଦସ୍ଯ ଭାବେ ନୀଳାଞ୍ଚଳ ମହାପାତ୍ର, ରାଜୀବଲୋଚନ ପ୍ରଧାନ, ପ୍ରସାଦ ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ମନୋନୀତ ହୋଇଥିଲେ । ଉକ୍ତ ବୈଠକରେ ବରିଷ୍ଠ ସାମ୍ବାଦିକ ବଳରାମ ପାଢୀ,ଅଖିଳ କୁମାର ପଟ୍ଟନାୟକ, ବିଭୂ ପ୍ରସାଦ ଦାଶ, ବିନରୀ ପ୍ରଧାନ, ସତ୍ଯବ୍ରତ ପଣ୍ଡା,ଅଜିତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.