ଶେରଗଡ଼ ବସଷ୍ଟାଣ୍ଡ ଓ ଡ୍ରେନ କାମର ସମୀକ୍ଷା କଲେ ଜିଲ୍ଲାପାଳ ।

0 276

ଶେରଗଡ, ୦୯/୦୭(ପିପିଟି);ଶେରଗଡ଼ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଶେରଗଡ଼ ଗ୍ରସ୍ତ କରି ବହୁ ପ୍ରତିକ୍ଷିତ ଶେରଗଡ଼ ବସଷ୍ଟାଣ୍ଡ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଦୀର୍ଘଦିନ ବର୍ଷ ହବ ବସଷ୍ଟାଣ୍ଡ ଜମି ବିବାଦ ପାଇଁ ବସଷ୍ଟାଣ୍ଡ ହୋଇପାରୁନଥିଲା । ପରେ ଜମି ଅଧି ଗ୍ରହଣ ପରେ ବସଷ୍ଟାଣ୍ଡ କାର୍ଯ୍ୟ ବର୍ତ୍ତମାନ ଚାଲୁଅଛି । ନିର୍ଦ୍ଧାରିତ ସମୟ ମଧରେ ବସଷ୍ଟାଣ୍ଡ କାର୍ଯ୍ୟ ସାରିବା ପାଇଁ ଠିକାଦାରଙ୍କୁ ପରାମର୍ଶ ଦେଇଛନ୍ତି । ଠିକ୍ ସେହିପରି ଶେରଗଡ଼ ବାଇପାସ ରୋଡ ଠାରୁ ଚାରିଛକ ନାଳ କାର୍ଯ୍ୟର ତ୍ୱରାନ୍ୱିତ ନେଇ ମଧ୍ୟ ସମୀକ୍ଷା କରିଛନ୍ତି ଶେରଗଡ଼ରେ ବର୍ଷା ଦିନ ହେଲେ ରାମଗିରି ପାହାଡ ସମେତ ହଜାର ହଜାର ଭରଣ ବିଲର ପାଣି ଶେରଗଡ଼ ବାଇପାସ ରୋଡ ବିଲ ଓ ନାଳ ଦେଇଗତି କରୁଥିଲା କିନ୍ତୁ ବିଲ ରେ ଘର ହୋଇଯିବାରୁ ପାଣି ଆଉ ନିଷ୍କାସନ ହୋଇପାରିଲା ନାହିଁ । ଯାହା ଫଳରେ ଲୋକ ଙ୍କ ଘରକୁ ପାଣି ଆସିଲା । ଏହାର ସମାଧାନ ପାଇଁ ଗତ ବର୍ଷ ଶେରଗଡ଼ ଲୋକେ ଧାରଣା ରେ ବସିଥିଲେ । ତେଣୁ ଚଳିତ ବର୍ଷ ବର୍ଷା ହୋଇ ପାଣି ଜମିବା ପୂର୍ବରୁ ନାଳ କାମ ସାରିବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ନିର୍ମିତ ନାଳ ଛଅ ଫୁଟ ହୋଇଛି କିନ୍ତୁ ପାଣି ପୂର୍ବରୁ ତିରିଶି ଫୁଟ ରେ ନିଷ୍କାସନ ହୋଉଥିଲା । ଏହି ଛଅ ଫୁଟ ନାଳରେ କିପରି ପାଣି ନିଷ୍କାସନ ହବ ସେ ନେଇ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି । ଉକ୍ତ ସମୀକ୍ଷାରେ ତହସିଲଦାର ଡ଼ ଦୟାସିନ୍ଧୁ ପରିଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ବୁନାଥ ନନ୍ଦୀ,ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା, ସହକାରି ଯନ୍ତ୍ରୀ ବନୋଜ କୁମାର ସେଠି ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.