ଶେରଗଡ଼ ତହସିଲ ରେ ଆରମ୍ଭ ହେଲା ରାଜସ୍ବ ରଥ ।

0 485

ଶେରଗଡ ,୧୩/୦୫(ପିପିଟି); କରୋନା ମହା ମାରମାରୀ ସମୟରେ ସାଧାରଣ ଜନତା କିପରି ଉଚିତ ସେବା ପାଇ ଉପକୃତ ହେବେ ସେ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଶେରଗଡ଼ ତହସିଲଦାର ଡଃ ଦୟାସିନ୍ଧୁ ପରିଡ଼ା, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକଙ୍କ ଉପସ୍ଥିତରେ ଉପ ଜିଲ୍ଲାପାଳଙ୍କ ଦ୍ଵାରା ରାଜସ୍ୱ ରଥ ଉଦଘାଟିତ ହେଲା। ଶେରଗଡ଼ ତହସିଲ ର ପ୍ରତି ପଞ୍ଚାୟତ ଓ ଗାଁ ଗାଁ କୁ ବୁଲିବ ରଥ ଏବଂ ଲୋକଙ୍କ ଘର କୁ ଯାଇ ବିଭିନ୍ନ ରାଜସ୍ୱ ସେବା ପ୍ରଦାନ କରାଯିବ। କରୋନା ସମୟରେ ପ୍ରଶାସନ ଘରକୁ ଯାଇ ପଟ୍ଟା ବଣ୍ଟନ ,ଦରଖାସ୍ତ ଗ୍ରହଣ କରାଯିବା ବୋଲି ତହସିଲଦାର ଶ୍ରୀ ପରିଡ଼ା କହିଛନ୍ତି। ଆଜି ପ୍ରଥମ କରି ତାକରଡ଼ା ପଞ୍ଚାୟତରେ ବୁଲିଲା ରାଜସ୍ବ ରଥ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.