ଶେରଗଡ,୦୨/୦୭(ପିପିଟି); ଆଜି ଶେରଗଡ଼ ବ୍ଲକ ର ଶୋଭା ଚନ୍ଦ୍ରପୁର ର ମା ତାରା ତାରିଣୀ ମନ୍ଦିର ଠାରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଥିଲା ଆସିକା ଏସଡିପିଓ ଉମା ଶଙ୍କର ସିଂ ଓ ଶେରଗଡ଼ ଟି.ଏଲ.ଏସ.ସି.ଚେୟାରମ୍ୟାନ୍ ରେଖା ରାଣୀ ନାୟକ ଯୋଗ ଦେଇ ବୃକ୍ଷ ରୋପଣ ଓ ଏହାର ଉପ କରିତା ସମ୍ପର୍କରେ ଅବଗତ କରିଥିଲେ ଏବଂ ସମସ୍ତଙ୍କୁ ବୃକ୍ଷ ରୋପଣ ପାଇଁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶେରଗଡ଼ ଥାନା ଅଧିକାରିଣୀ ମମତା ସାମନ୍ତରାୟ, ଫରେଷ୍ଟର ପ୍ରଦୀପ କୁମାର ମିଶ୍ର, ଶେରଗଡ଼ ଟି,ଏଲ,ଏସ,ସି ସଚିବ ପ୍ରଶାନ୍ତ କୁମାର ପାଢ଼ୀ, ହେଡ୍ କିରାଣୀ ଡମ୍ବରୁ ଧର ବେହେରା, ଚନ୍ଦ୍ର ଶେଖର ସରବ, ଶିବ ଶଙ୍କର ସାହାଣୀ, ନିରଞ୍ଜନ ରାଉତ, କେ ନିକେଟା, ବରିଷ୍ଠ ଓକିଲ ରାଘବା ନନ୍ଦ ପଶୁପାଳକଙ୍କ ସହ କୋର୍ଟ ର ଅନ୍ୟ କର୍ମଚାରୀଙ୍କ ସମେତ ଫରେଷ୍ଟ ଗାର୍ଡ ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଭିକୁ ନାୟକ। )