ଶୁଭାରମ୍ଭ ହେଲା ୱାନ ଇଣ୍ଡିଆ ଫେମିଲି ମାର୍ଟ;କୋଭିଡ଼ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ।

0 567

ଭଞ୍ଜନଗର,୧୨/୦୩(ପିପିଟି); ଭଞ୍ଜନଗର ସହର ବାଉଁଶ ଲୁଣ୍ଡି ମୁଖ୍ୟ ରାସ୍ତାରେ ଆଜି ଶୁଭାରମ୍ଭ ହୋଇଛି ୱାନ ଇଣ୍ଡିଆ ଫେମିଲି ମାର୍ଟ। ଏହା ହେଉଛି ଓଡ଼ିଶାରେ କମ୍ପାନୀର ଦ୍ଵିତୀୟ ବାଣିଜ୍ୟିକ ପ୍ରତିଷ୍ଠାନ।ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇଥିଲେ।ଏଥିରେ ଅନୁଷ୍ଠାନର ମାର୍କେଟିଙ୍ଗ ମ୍ୟାନେଜର ଆକାଶ ଶର୍ମାଙ୍କ ସମେତ ବିକାଶ ମୂର୍ତ୍ତି, ସିଦ୍ଧାର୍ଥ ଯଶ୍ୱାଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ।ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ପୁରା ମଲକୁ ବୁଲି ଦେଖିବା ସହ ପାର୍କିଂ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରି କୋଭିଡ଼ ନିୟମ ପାଳନ କରିବା ସହ ସାନିଟାଇଜର ଓ ମାସ୍କ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ପୁରୁଷ, ମହିଳା ଓ ଛୋଟ ପିଲାମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର ପୋଷାକ, ଘରୋଇ ଉପକରଣ, ଆସବାବପତ୍ର,ଖେଳନା ଏବଂ ଜୋତା ଆଦି ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ ଥିବାବେଳେ ଗ୍ରାହକ ମାନଙ୍କ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଅଫର ମଧ୍ୟ ରହିଥିବା ଜଣାପଡ଼ିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.