ଶିଶୁ ଦିବସରେ ଚାଇଲଡ଼ ଲାଇନ୍ ସେ ଦୋସ୍ତି ସପ୍ତାହର ଶୁଭାରମ୍ଭ ।

0 231

ବାଲିଗୁଡା,୧୪/୧୧(ପିପିଟି): କନ୍ଧମାଳ ଜିଲ୍ଲା ଚାଇଲଡ଼ ଲାଇନ୍ ତରଫରୁ ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ସଭାଗୃହ ଠାରେ “ଚାଇଲଡ଼ ଲାଇନ୍ ସେ ଦୋସ୍ତି “ସପ୍ତାହ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଶିଶୁଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ଏକକ ଅଭିନୟ ପ୍ରତିଯୋଗିତା କରାଯାଇଥିଲା ଓ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ପ୍ରଥମ,ଦ୍ବିତୀୟ ଓ ତୃତୀୟ ପ୍ରତିଯୋଗିକୁ ମାନ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଆୟୋଜିତ ଉଦଯାପନ ସଭାକୁ ଚାଇଲ୍ଡଲାଇନ୍ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ବରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରଣ, ସମ୍ମାନିତ ଅତିଥି ଭାବେ ବାଲିଗୁଡା ଥାନା ଇନିସପେକ୍ଟର ରଚିତା ମାଡକାମି, ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା, ଚାଇଲ୍ଡଲାଇନ୍ ସଂଯୋଜିକା ରଞ୍ଜିତା କମ୍ପ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଶିଶୁମାନେ ଅତିଥି ମାନଙ୍କୁ ଦୋସ୍ତି ର ଡୋରି ବାନ୍ଧିଥିଲେ। ଚାଇଲ୍ଡଲାଇନ୍ ଟିମ୍ ମେମ୍ବର ଶିବଶଙ୍କର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଟିମ୍ ମେମ୍ବର ଦିଲ୍ଲୀପ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ଅନୁଷ୍ଠାନର ଛାତ୍ରୀ ସୁଶ୍ରୀ ମାମଲି ପାତ୍ର ଏକକ ଅଭିନୟ ପ୍ରତିଯୋଗିତା ପରିଚାଳନା କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.