ଭଞ୍ଜନଗର,୨୮/୦୨(ପିପିଟି): ପବିତ୍ର ମହା ଶିବରାତ୍ରି ଅବସରରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଶୈବ ପୀଠ ଗୁଡିକ ଚଳ ଚଞ୍ଚଳ ହୋଇ ଉଠୁଥିବା ବେଳେ ଗତ କିଛି ବର୍ଷ ହେଲା କରୋନା କଟକଣା ଯୋଗୁଁ ବିନା ଭକ୍ତରେ ନିରାଡ଼ମ୍ବର ଭାବେ ପାଳନ କରା ଯାଉଥିଲା।ହେଲେ ଏବେ ସଂକ୍ରମଣ ହ୍ରାସ ପାଇ ସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଚଳିତ ବର୍ଷ ଭଞ୍ଜନଗରର ପ୍ରସିଦ୍ଧ ବେଲେଶ୍ଵର ପୀଠରେ ବିଡେକା ତରଫରୁ ଜାଗର ଯାତ୍ରା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସକାଶେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା ୫ଟା ସମୟରେ ଇସ୍କନ ତରଫରୁ ଭଜନ ପରିବେଷଣ ଓ ରାତି ୮ଟା ବେଳେ ପ୍ରବଚିକା ସରୋଜିନୀ ଦେବୀ(ପୁରୀ)ଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ରହିଛି। ବହୁଦିନ ପରେ ଏଭଳି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହେଉଥିବାରୁ ଭକ୍ତମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post