ଶିତ ଦିନ ସତର୍କ ରହିବାକୁ ଜିଲ୍ଲାପାଳଙ୍କ ପରାମର୍ଶ , ମନରେଗା କାର୍ଯ୍ୟଦିବସ ବଢାଇବାକୁ ନିର୍ଦ୍ଦେଶ ।

0 345

ଶେରଗଡ,୦୫/୧୧(ପିପିଟି); ଶେରଗଡ ବ୍ଳକ ଗସ୍ତରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ ଜୁଲାଙ୍ଗେ ଗୁରୁବାର ଦିନ ପରିଦର୍ଶନ ଆସି । ଏକ ବୈଠକରେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ ଏଣିକି ଶିତଦିନ ଆସିଲାଣି ଆପଣମାନେ ସରର୍କ ରୁହନ୍ତୁ । ଏବଂ ଗ୍ରାମରେ ସବୁ ଲୋକମାନେ ସତର୍କ ରହିବା ସହ ସାମାଜିକ ଦୂରାତା ମାସ୍କ ପିନ୍ଧିବା ,ବାରମ୍ବାର ହାତଧୋଇବାକୁ ସଚେତନ କରିବାକୁ କହିଥିଲେ ଆପଣ
ମାନେ କୋଭିଡ଼ ପରିଚାଳନାରେ ସକ୍ରିୟ ଭୂମିକା ନିଭାଇଛନ୍ତି । ଏଣୁ ଏହି ଦୁଇ ତିନି ମାସ ଗୁରୁତ୍ବପୂର୍ଣ୍ଣ । ଥଣ୍ଡା ବଢିଲେ ଆମକୁ ସତର୍କ ରହିବାକୁ ପଡିବ । କୋଭିଡ଼ ସମୟରେ ଯେଉଁ ଲୋକ ବାହା ରୁ ଗାଁ କୁ ପଳେଇ ଆସିଛନ୍ତି ସେମାନଙ୍କ ପାଇଁ ମନରେଗା କାର୍ଯ୍ୟ କରାନ୍ତୁ । ପ୍ରତି ପଞ୍ଚାୟତ ୫୦୦ ଲେଖାଏଁ କାର୍ଯ୍ୟ ଦିବସ କରି ଯେପରି ବ୍ଳକର ଅଧିକ କାର୍ଯ୍ୟଦିବସ ହୋଇପାରିବ ସେ ଦିଗରେ ବ୍ଲକର କର୍ମଚାରୀ ପଞ୍ଚାୟତ ସରପଞ୍ଚ,ସମିତି ସଭ୍ୟ ମାନେ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ ଗୋବିନ୍ଦପୁର, ମହୁପଦର,ଡେଙ୍ଗାପଦର ପଞ୍ଚାୟତ ସମସ୍ତ ଗ୍ରାମରେ କରାଯାଇଥିବା ଜମିଜମା ବନ୍ଦୋବସ୍ତ ପ୍ରକ୍ରିୟା ଚାଳିଛି
ଲୋକମାନଙ୍କୁ ଉକ୍ତ ପ୍ରକ୍ରିୟା ଯେପରି କୌଣସି ଘର ନ ବଞ୍ଚିତ ହେବ ସେ ଦିଗରେ ପଦକ୍ଷେପ ନେବାଙ୍କୁ ତହସିଲଦାରଙ୍କୁ କହିଥିଲେ ପ୍ରତିପଞ୍ଚାୟତ ଲୋକମାନଙ୍କୁ ମନରେଗା କାର୍ଯ୍ୟରେ ସାମିଲ କରିବା ସହ ଯେପରି କାର୍ଯ୍ୟଦିବସ ଅଧିକହେବ ସେ ଦିଗରେ ଯନ୍ତ୍ରୀ, ଗ୍ରାମସେବକ, ଗ୍ରାମରୋଜଗାର ସେବକ ମାନେ ଚେଷ୍ଟା କର। ଚଳିତ ବର୍ଷ ବାଣକୁ ବ୍ୟବହାର କରିବ ନାହିଁ ନିଡ଼ାମ୍ବନାର ଭାବେ ଦିପାବଳୀ ପାଳିବାକୁ ଆହ୍ୱାନ ଦେଇଥିଲେ । ଆଇନ ଶୃଙ୍ଖଳା ହାତକୁ ନନେଇ ଯେପରି ପରେ ସୁରକ୍ଷିତ ରହିବା ତା ଉପରେ ବ୍ୟାପକ ସଚେତନତା କରିବାକୁ ସମସ୍ତ କହିଥିଲେ। ପରିଶେଷରେ ସବୁଜ ବହନୀ ପକ୍ଷରୁ ମାଟ୍ରିକ ବୋର୍ଡ ପରୀକ୍ଷାରେ ଉଚ୍ଚ ନଂ ରଖି କୃତକାର୍ଯ୍ଯ ଜି.ଉଦୟ କରଣକୁ ପୁରସ୍କାର ସହ ମାନ ପତ୍ର ପ୍ରଦାନ କରିଥିଲେ ଉକ୍ତ କାଯ୍ୟକ୍ରମରେ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ବ୍ଲକ ଅଧ୍ୟକ୍ଷା ସାରସ ସ୍ୱାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ, ତହସିଲଦାର ଡ଼. ଦାୟାସିନ୍ଧୁ ପରିଡ଼ା, ଥାନା ଅଧିକାରୀ ରମେ ଚନ୍ଦ୍ର ଦାସ,ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସାନୁ ଦେବୀ, ସିଡ଼ିପିଓ ଜୟନ୍ତୀ ପାଟପିଙ୍ଗୁଆ, ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର ପଟ୍ଟନାୟନ,ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାବୁଲା କୁମାର ଚୌଧୁରୀ, ବ୍ଲକ ଉପାଧ୍ୟକ୍ଷ ବିଶ୍ୱନାଥ ସ୍ୱାଇଁ, ବରିଷ୍ଠ ନେତା ହୃଷିକେଶ ପାଢ଼ୀ,ହୀନ ବେହେରା, ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର, ଗୋପାଳ ଚରଣ ପଟ୍ଟନାୟକ, କାଳିଆ ଗୌଡ଼ଙ୍କ ସମେତ ବହୁ ପଞ୍ଚାୟତ ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ।
(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.