ଶିକ୍ଷା ସଚେତନତା ରଥକୁ ଗାଙ୍ଗପୁର କ୍ଲଷ୍ଟର୍ ପକ୍ଷରୁ ଭବ୍ୟ ସ୍ୱାଗତ ।

0 249

ବେଲଗୁଣ୍ଠା,୨୧/୦୪(ପିପିଟି): କରୋନା ସମୟରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ କୋମଳମତି ଛାତ୍ରଛାତ୍ରୀ ବେଶ ପ୍ରଭାବିତ ହୋଇଛନ୍ତି । ଏହି ପରିସ୍ଥିତିରେ ରାଜ୍ୟରେ ପ୍ରାଥମିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ ହୋଇଛି ଶିକ୍ଷା ସଚେତନତା ରଥ ପରିକ୍ରମା । ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧି୍କାରୀଙ୍କ ସୌଜନ୍ୟରେ ଚଳିତ ଅପ୍ରେଲ୍ ୧୮ ତାରିଖରେ ବେଲଗୁଣ୍ଠା ବ୍ଳକ୍ ରେ ଶୁଭାରମ୍ଭ ହୋଇଥିବା ଶିକ୍ଷା ସଚେତନତା ରଥକୁ ଆଜି ଗାଙ୍ଗପୁର କ୍ଲଷ୍ଟର୍ ର ଗାଙ୍ଗପୁର,ସାନସାଦରା,ବଡ଼ସାଦରା,ଖଇରପୁଟି,କୁମୁଣ୍ଡି,ଇନ୍ଧନପୁର,ବୋରି,ବିଞ୍ଝଗିରୀ ଏବଂ ଧାନପୁଞ୍ଜା ବିଦ୍ୟାଳୟରେ ଶିକ୍ଷା ସଚେତନତା ରଥକୁ ଭବ୍ୟ ସ୍ୱାଗତ କରାଯାଇଛି । ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁଷମା ନନ୍ଦ,ସାନସାଦରାରେ ଶାନ୍ତିଲତା ବେହେରା,ବଡ଼ସାଦରାରେ ବିଷ୍ଣୁପ୍ରସାଦ ,ଖଇରପୁଟି ଉଚ୍ଚ ବିଦ୍ୟାଳୟରେ ଗାୟତ୍ରୀ ମିଶ୍ର ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିରଞ୍ଜନ ବେହେରା, କୁମୁଣ୍ଡିରେ ଶିଶିର କୁମାର ସ୍ଵାଇଁ ,ଗୋପନଗରରେ ଶୀତଳ ପ୍ରସାଦ ଜେନା, ଇନ୍ଧନପୁରରେ ସୁଚରିତା ଗୌଡ଼, ବୋରିରେ ଭାସ୍କର ବିଷୋୟୀ, ବିଞ୍ଝଗିରୀରେ ଶିବରାମ ବେହେରା ଏବଂ ଧାନପୁଞ୍ଜାରେ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତଙ୍କ ନେତୃତ୍ୱରେ ବିଦ୍ୟଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପୁରାତନ ଛାତ୍ର ଛାତ୍ରୀ, ପରିଚାଳନା କମିଟି ସଦସ୍ୟ ସଦସ୍ୟା ପ୍ରମୁଖ ଶିକ୍ଷା ସଚେତନତା ରଥକୁ ବିଦ୍ୟାଳୟ ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ବାଢି ସ୍ୱାଗତ କରିଥିଲେ । ବହୁ ଗ୍ରାମରେ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଶିକ୍ଷା ସଚେତନତା ରଥକୁ ଗ୍ରାମ ଆରମ୍ଭରୁ ଖୋଳ କରତାଳ ବଜାଇ ପାଛୋଟି ନେଇଥିବା ଦେଖିବାକୁ ମିଳିଥିଲା । ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କାର୍ତ୍ତିକେୟ ସେଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଆଦିତ୍ୟ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ସିଆରସିସି ମଧୁସୂଦନ ସେଠୀ ଏବଂ ବିଦେଶୀ ବାଡତ୍ଯାଙ୍କ ସଂଯୋଜନାରେ କ୍ଷତ୍ରିୟବରପୁର ଏବଂ ଶାସନ କ୍ଲଷ୍ଟର୍ ର ବିଭିନ୍ନ ବିଦ୍ୟାଳୟରେ ମଧ୍ଯ ଆଜି ଶିକ୍ଷା ସଚେତନତା ରଥକୁ ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.