ଶିକ୍ଷା ବିଭାଗର ସିଆରସିସି ବନ ବିହାରି ଦିଗାଲଙ୍କ ପରଲୋକ ।

0 232

ବାଲିଗୁଡା,୦୪/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ଡାମିକିଆ କ୍ଳଷ୍ଟରରେ କାର୍ଯ୍ୟରତ ଶିକ୍ଷା ବିଭାଗର ସି.ଆର.ସି.ସି ବନବିହାରି ଦିଗାଲ ଭୂବନେଶ୍ବର ସ୍ଥିତ ଆଇ.ଜି.କେ.ସି ମେଡିକାଲରେ ଚିକିତ୍ସାଧିନ ଥିବାବେଳେ ଶନିବାର ମୃତ୍ୟୁ ବରଣ କରିଛନ୍ତି। ସେ ସିକ୍ଲିନ, ଡାଇବେଟିସ ଓ ଜଣ୍ଡିସ ରୋଗରେ ପୀଡିତ ଥିବାରୁ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ପ୍ରଥମେ ବାଲିଗୁଡା ଓ ପରେ ଫୁଲବାଣୀ, ବ୍ରହ୍ମପୁର ଓ ଭୂବନେଶ୍ବର ସମ୍ ହସପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଆଇସିୟୁର ଅସୁବିଧା ହେତୁ ଆଇ.ଜି.କେ.ସି ମେଡିକାଲରେ ଭର୍ତ୍ତି କରାଯାଇଥିଲା,କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଥିଲେ। କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ(ଏନପିଏସ) ର ଶିକ୍ଷକ ମାନେ ତାଙ୍କୁ ଆରୋଗ୍ୟ କରିବା ପାଇଁ ଆର୍ଥିକ ସହାୟତାର ହାତ ବଢ଼ାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିବାରୁ ତାଙ୍କ ମୃତ୍ୟୁରେ ମର୍ମାହତ ହୋଇ କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ(ଏନପିଏସ) ତରଫରୁ ସଭାପତି କୁମାର ପରସେଠ ଶୋକ ପ୍ରକାଶ କରିଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.