ଶିକ୍ଷା ଅଧିକାର ରଥକୁ ସ୍ବାଗତ।

0 345

ତିର୍ତ୍ତୋଲ,୦୯/୦୪(ପିପିଟି); ଜଗତସିଂହପୁର ଜିଲ୍ଲା ପ୍ରଶାସନ ତଥା ତିର୍ତ୍ତୋଲ ବ୍ଲକ ଶିକ୍ଷା କାର୍ଯ୍ଯାଳୟ ଦ୍ଵାରା ଏକ ସୁଶୋଭିତ ଶିକ୍ଷା ଅଧିକାର ରଥକୁ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ନନ୍ଦନ-୧ ଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତମଶା ସ୍ଵାଇଁ, ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ,ସହ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ମହାନ୍ତି ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଦୀପ ଫୁଲମାଳ ଦେଇ ସ୍ଵାଗତ କରିଥିଲେ । ସହକାରୀ ଵ୍ଲକ ଶିକ୍ଷା ଅଧିକାରୀ ବାସନ୍ତୀ ମଞ୍ଜରୀ ସେଠୀ ଏହି ରଥରେ ବସି ସମସ୍ତ ସ୍କୁଲ ଗସ୍ତ କରିବା ସହ ଶିକ୍ଷା ଅଧିକାର ସମ୍ବନ୍ଧୀୟ କାର୍ଯ୍ୟ ସଂପାଦନ କରୁଥିବାର ଦେଖାଯାଇଥିଲା ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି । )

Leave A Reply

Your email address will not be published.