ଶିକ୍ଷକ ଅଭାବରୁ ଶିକ୍ଷାଦାନ ବିପର୍ଯ୍ୟସ୍ତ।

0 242

ବୋଲଗଡ଼ ୧୩/୦୮(ପିପିଟି):ରାଜ୍ୟ ସରକାର ସମଗ୍ର ଶିକ୍ଷା ଓ ୫ଟି ରୂପାନ୍ତରିତ ସ୍କୁଲ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଉନ୍ନତି ତଥା ବିକାଶ ଚାହୁଁ ଥିଲାବେଳେ ବୋଲଗଡ଼ ଶିକ୍ଷା ବ୍ଲକ ଅଞ୍ଚଳରେ ତାହା
ବିଫଳ ଘଟିଅଛି।ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ଅlରିକମା ଗ୍ରାମସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟଟି ସର୍ବପୁରାତନ ଅଟେ। ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ ଓ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବତ୍ତି ପ୍ରମୁଖଙ୍କ ମିଳିତ ନିର୍ଦେଶକ୍ରମେ ଭବାନୀପୁର ପ୍ରାଥମିକ ବିଦ୍ୟାଳୟଟି ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସମିଶ୍ରଣ ଘଟିଅଛି।ଫଳରେ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟଟି ୫ଟି ରୂପାନ୍ତରିତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପରିଣତ ହୋଇଅଛି। ତେଣୁ ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଓ ନବମ ଶ୍ରେଣୀ ଏବଂ ଦଶମ ଶ୍ରେଣୀର ସମୁଦାୟ୧୨୫ ଜଣ ଛାତ୍ରଛାତ୍ରୀ ଶିକ୍ଷା ଅଧୟନ କରୁଅଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ତଥା ଗୁଣାତ୍ମକ ଶିକ୍ଷାଦାନ ଦେବlପାଇଁ ୧୦ଜଣ ଶିକ୍ଷକ ଆବଶ୍ୟକ ଥିବାବେଳେ ଏଠାରେ ଚାରିଜଣ ଶିକ୍ଷକ /ଶିକ୍ଷୟିତ୍ରୀ କାର୍ଯ୍ୟ କରୁଅଛନ୍ତି। ଫଳରେ ଏହି ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଶିକ୍ଷା ଦାନ ବିପର୍ଯ୍ୟସ୍ତ ହୋଇପଡିଛି। ତେଣୁ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ବିକାଶ ଓ ମୌଳିକ
ଶିକ୍ଷା ଅଧିକାର ପାଇଁ ଏହି ବିଦ୍ୟାଳୟରେ ଶୀଘ୍ର ନୂତନ ୬ ଜଣ ଶିକ୍ଷକ ଓ କ୍ରୀଡାର ବିକlଶ ପାଇଁ ଜଣେ କ୍ରୀଡା ଶିକ୍ଷକ ନିଯୁକ୍ତି ଦେବା ପାଇଁ ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରହଲ୍ଲାଦ ସୁବୁଦ୍ଧି,ସଭ୍ୟ ଦିଲ୍ଲୀପ କୁମାର ଯତି,ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ରାଉତରାୟ,ଶିକ୍ଷାବିତ ମାଧବ ଚନ୍ଦ୍ର ପଣ୍ଡା,ଓ ନବକିଶୋର ଯତି ପ୍ରମୁଖ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବତ୍ତି ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଶିକ୍ଷlଧିକାରୀ ବିଶ୍ୱନାଥ ତରାଇ ପ୍ରମୁଖଙ୍କୁ ଅନୁରୋଧ କରିଅଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.