ମାଲକାନଗିରି,୧୬/୦୫(ପିପିଟି): ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ନନ୍ଦିନୀଗୁଡା ଆଶ୍ରମ ବିଦ୍ୟାଳୟ ରେ ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଶିକ୍ଷକମାନଙ୍କ ଚରମ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ବର୍ଗ । ଗତକାଲି ବିଳମ୍ବିତ ରାତିରେ ଶ୍ରୀଧର ଖେମୁଡୁର ଦେହ ଅସୁସ୍ଥ ହେବାରୁ ସାଥି ଛାତ୍ରମାନେ ପ୍ରଥମେ ଦେଶୀ ଔଷଧ ଦେଇ କିଛି ସମୟ ଅପେକ୍ଷା ପରେ ବି ଦେହ ସୁସ୍ଥ ନହେବାରୁ ବିଦ୍ୟାଳୟର ପିଅନ ଓ ଛାତ୍ର ମାନେ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଖଇରପୁଟ ମେଡିକାଲକୁ ଆଣିଥିଲେ। ଖଇରପୁଟ ମେଡ଼ିକାଲରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।ପରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମୃତ୍ୟୁ ଖବର ପାଇ ମେଡିକାଲରେ ପହଞ୍ଚି ଥିଲେ।ବିଦ୍ଯାଳୟରେ କେହି ଶିକ୍ଷକ ରହୁନଥିବା ଛାତ୍ରମାନଙ୍କର ଯତ୍ନ ନିଆଯାଉ ନଥିବା ଅଭିଯୋ ହୋଇଛି । ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଚିତ୍ରକୋଣ୍ଡା ଏସଡିପିଓ, ଓର୍କେଲ ପୋଲିସ, ମୁଦୁଲିପଡା ପୋଲିସ ଖଇରପୁଟ ବିଡିଓ, ଓ ତହସିଲଦାର ମେଡିକାଲରେ ପହଞ୍ଚିଛନ୍ତି । ଏ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରାଙ୍କୁ ପଚାରିବାରୁ ମୃତ ଛାତ୍ର ଶ୍ରୀଧର ପରିବାରଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରାଯିବ । ଯଦି ଅଭିଯୋଗ ରେ କୌଣସି ସତ୍ୟା ସତ୍ୟ ଥାଏ ,ତେବେ ଦୋଶୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post
Next Post