ବ୍ରହ୍ମପୁର,୨୨/୦୩(ପିପିଟି): କେନ୍ଦ୍ରୀୟ ଦଳ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ଦୁଇଟି ବ୍ଲକ ଶେରଗଡ଼ ଏବଂ ହିଞ୍ଜିଳି ପରିଦର୍ଶନରେ ଆସି ଏହି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବାସହ ବୁଲିଦେଖିଥିଲେ । ନିର୍ମିତ ହୋଇଥିବା ପ୍ରକଳ୍ପ ଗୁଡିକ ଉପରେ ଆତ୍ମସନ୍ତୋଷ ପ୍ରକାଶ କରିଥିଲେ । ସୂଚନା ପ୍ରକାରେ ପ୍ରଥମେ ଶେରଗଡ଼ ଗସ୍ତରେ ଆସିଥିଲେ । ଉକ୍ତ କେନ୍ଦ୍ରୀୟ ଟିମରେ ପଞ୍ଚାୟତ ବିଭାଗର ସହ ସଚିବ ସୁବାସ ସଂଘବା ଓ ସେକ୍ସନ ଅଧିକାରୀ ମୋନିକା ମୀନା ଆସିଥିବାର ସୂଚନା ମିଳିଛି । ଶେରଗଡ଼ ଅଞ୍ଚଳ ପରିଦର୍ଶନ ସମୟରେ ଏହି ଦୁଇ କେନ୍ଦ୍ରୀୟ ଅଧିକାରୀଙ୍କ ସହିତ ରାଜ୍ୟ ନୋଡାଲ ଅଧିକାରୀ ତଥା ଏସ୍ଆଇଟି ଅଧିକାରୀ ପ୍ରଦୀପ ମହାପାତ୍ର ଶେରଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି, ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ଢ଼ିଙ୍କିଶାଳ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ।ଏହାପରେ କେରିକେରିଝୋଳା ଗ୍ରାମପଞ୍ଚାୟତ ଯାଇ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଥିଲେ ।ସେଠାରେ ଶିଶୁ ଓ ମହିଳା ଅଧିକାରିଣୀ ଗୀତାଞ୍ଜଳି ରାଉଳଙ୍କ ସହ ସମସ୍ତ ସ୍ୱୟଂସହାୟକ ଗୋଷ୍ଠିର ମହିଳାମାନେ କେନ୍ଦ୍ରୀୟ ଦଳକୁ ଶୁଭେଚ୍ଛା ଜଣାଇଥିଲେ।ପରେ ପରେ ମାନରେଗା ଯୋଜନାରେ ନିର୍ମିତ ଏକ ଗାଈଗୁହାଳ ପରିଦର୍ଶନ କରିଥିଲେ ।
ଶେରଗଡ଼ ଗସ୍ତ ସାରି ଏହି କେନ୍ଦ୍ରୀୟ ଟିମ ହିଞ୍ଜିଳି ବ୍ଲକ ଅଭିମୁଖେ ଆସି ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା,ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠି,ବ୍ଲକ କମ୍ପୁଟର ପ୍ରୋଗ୍ରାମର ଦଣ୍ଡପାଣି ଦାସ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗୀୟ ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ ,ସହକାରୀ ନିର୍ବାହୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ରଙ୍କ ସହ ଶାସନ ଆମ୍ବଗାଁ ଏବଂ ସାରୁ ପଞ୍ଚାୟତର ରୂପାନ୍ତରିକରଣ ସ୍ମାର୍ଟ ଉଚ୍ଚ ବିଦ୍ୟାଳୟ ବୁଲି ଦେଖିଥିଲେ । ସେଠାରେ ପିଲାଙ୍କ ସହ ବିଦ୍ୟାଳୟରେ ହେଉଥିବା ପାଠପଢ଼ା ବିଷୟ ଉପରେ ଆଲୋଚନା କରିଥିଲେ। ତତ୍ପରେ ସାରୁ ଗ୍ରାମର ପଞ୍ଚାୟତ ଅଫିସ ଗୃହ ପରିଦର୍ଶନ କରିଥିଲେ । ଶାସନ ଆମ୍ବ ଗାଁ ଗ୍ରାମ ପଞ୍ଚାୟତର ସ୍ମାର୍ଟ ଅଙ୍ଗନୱାଡ଼ି କେନ୍ଦ୍ର, ପୋଖରୀ ସୌନ୍ଧର୍ଯ୍ୟକରଣ ଓ ବର୍ଯ୍ୟବସ୍ତୁ ପରିଚାଳନା( MCC MRF) କେନ୍ଦ୍ର ପରିଦର୍ଶନ କରିଥିଲେ ।
ଶାସନ ଆମ୍ବଗାଁ ସରପଞ୍ଚ ଦନାର୍ଦନ ସେଠି, ସମତି ସଭ୍ୟା ପ୍ରମିଳା ପାଣିଗ୍ରାହୀ, ସମାଜସେବୀ ମାର୍କଣ୍ଡ ପାଣିଗ୍ରାହୀ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାସୁଦେବ ବେହେରା ଏବଂ ସାରୁ ପଞ୍ଚାୟତର ସରପଞ୍ଚ ନିଳାଞ୍ଚଳ ସାହୁ ସମିତି ସଭ୍ୟା ଶକୁନ୍ତଳା ଦାସ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏସ୍. ରାଜେଶ୍ ରାଓ ଏବଂ ଗ୍ରାମର ମାନ୍ୟଗଣ୍ୟ ବରିଷ୍ଠ ନାଗରିକ ଉପସ୍ଥିତ ରହି କେନ୍ଦ୍ରୀୟ ଦଳକୁ ଶୁଭେଚ୍ଛା ଜଣାଇବା ସହ ଅଞ୍ଚଳ ରେ ହୋଇଥିବା ଉନ୍ନୟନମୂଳକ ପ୍ରକଳ୍ପ କେନ୍ଦ୍ରୀୟ ଟିମ ସହ ମିଶି ବୁଲିଦେଖିଥିଲେ ଏବଂ ଅଞ୍ଚଳର ଉନ୍ନୟନ ପ୍ରକଳ୍ପ ର ଅନୁଭୂତିକୁ କେନ୍ଦ୍ରୀୟ ଦଳ ସହିତ ଭାବର ଆଦାନ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା।