ଶାଳବଣ ସାହିତ୍ୟ ସଂସଦର ମହାବିଷୁବ ମିଳନ ପ୍ରସ୍ତୁତି ବୈଠକ ।

0 14

ବାଲିଗୁଡ଼ା,୦୬/୦୩(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିର ଅତିଥି ଭବନ ପରିସରରେ ଶାଳବଣ ସାହିତ୍ୟ ସଂସଦ ଆନୁକୁଲ୍ୟରେ ମହାବିଷୁବ ମିଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ସଂସଦ ର ସଭାପତି ଡ଼ଃ ମଧୁସୂଦନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକ ରେ ସମ୍ପାଦକ ରବୀନ୍ଦ୍ର ନାଥ ରଥ, କୁରେଇ ର ମୁଖ୍ୟ ସମ୍ପାଦକ ଡଃ.ବିଭୂତିଭୂଷଣ ଆଚାର୍ଯ୍ୟ, ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ରକୁମାର ପଣ୍ଡା, ବିଶ୍ଵଜିତ ଜେନା, ଜୟହର ମହାନ୍ତି, ଡଃ ବିଶ୍ଵେଶ୍ଵର ଆଚାର୍ଯ୍ୟ, ଉପ ସଭାପତି ପ୍ରହ୍ଲାଦପ୍ରସାଦ ଲେଙ୍କା, ଶରତଚନ୍ଦ୍ର ମିଶ୍ର, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.