ଖୋର୍ଦ୍ଧା, ୨୨/୦୫(ପିପିଟି):ବିଶ୍ବ ଶାନ୍ତି ସମାଜସେବା, ଯୋଗ ମାନବ କଲ୍ୟାଣର ସଂଗଠନ ଶାନ୍ତି ପଥର ଚତୁର୍ଥ ବାର୍ଷିକ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାର୍ଗଦର୍ଶକ ଭାବେ ସାରସ୍ବତ ପ୍ରତିଭା ପ୍ରଫେସର୍ ଧନେଶ୍ଵର ସାହୁ, ଜୟନ୍ତ ଦାସ, ଚନ୍ଦ୍ର ବିଜୟୀ ମିଶ୍ର, ବିଜୟ ତ୍ରିପାଠୀ ଉକ୍ତ ପ୍ରମୁଖ ଯୋଗଦେଇ ଗୌତମ ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜିବି ରହିଛି ବୋଲି ମତବ୍ୟକ୍ତ କରିଥିଲେ। ବିଶ୍ଵ ଶାନ୍ତି, ଯୋଗ, ମାନବ କଲ୍ୟାଣକୁ ଗୁରୁତ୍ବ ଦେଇ ଉକ୍ତ ସଂଗଠନ ଚାରିବର୍ଷ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଆସୁଛି ବୋଲି ସଭାପତି ଶ୍ରୀ ମିଶ୍ର କହିଥିଲେ। ବର୍ତ୍ତମାନ ସମାଜରେ ମନୁଷ୍ୟ ନିଜେ ସୁସ୍ଥ ରହିବା ସହିତ ଦୈନଦିନ ଯୋଗ, ପ୍ରାଣାୟାମ ଏବଂ ଜୀବନଚର୍ଯ୍ୟାରେ ଜଦି ସକରାତ୍ମକ ପରିବର୍ତ୍ତନ ଆଣିପାରେ ତେବେ ଏକ ସୁନ୍ଦର, ସମୃଦ୍ଧ ବିଶ୍ୱର ପରିକଳ୍ପନା ସମ୍ଭବ ହୋଇପାରିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ଶାନ୍ତିପଥର ସୈନିକ ମଶାଣି ମଣିଷ ବିଶ୍ୱମ୍ବର ମାର୍ଥା, ମଦନମୋହନ ପାଢୀ, ନାରାୟଣ ଖୁଣ୍ଟିଆ ,ସୁରେନ୍ଦ୍ର ଖୁଣ୍ଟିଆ ଓ ଅରବିନ୍ଦ ତ୍ରିପାଠୀଙ୍କୁ ଅତିଥି ମାନେ ଉତ୍ତରୀୟ ଓ ବୃକ୍ଷଚାରା ଦେଇ ସମ୍ବର୍ଦ୍ଧନା କରିଥିଲେ।
ଶାନ୍ତି ପଥର ଅଧ୍ୟକ୍ଷ ପ୍ରତିଷ୍ଠାତା ଓ ସମାଜସେବୀ ଶିବନାରାୟଣ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁର୍ଣଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଯୁବସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)