ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କୋଦଳା ପୋଲିସର ଫ୍ଲାଗମାର୍ଚ୍ଚ।

0 255

କୋଦଳା,୨୯/୦୯(ପିପିଟି):ପବିତ୍ର ଦଶହରା ପର୍ବରେ ଜଗତଜନନୀ ମା ଦୁର୍ଗାଦେବୀଙ୍କ ଆଗମନକୁ ଦୃଷ୍ଟି ରେ ରଖି ଟ୍ରାଫିକ ନିୟନ୍ତ୍ରଣ ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନେଇ କୋଦଳା ପୋଲିସ ତତ୍ପର ହୋଇ ଉଠିଛି । ଗୁରୁବାର ସନ୍ଧ୍ୟା ସମୟ ରେ ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ଥାନାର ସମସ୍ତ କର୍ମକର୍ତ୍ତା ପେଟ୍ରୋଲିଙ୍ଗ ଗାଡି ସହିତ କୋଦଳା ବସଷ୍ଟାଣ୍ଡ ଠାରୁ ଫ୍ଲାଗମାର୍ଚ୍ଚରେ ବାହାରି ବ୍ୟବସାୟୀ ଙ୍କୁ ଟ୍ରାଫିକ ନିୟନ୍ତ୍ରଣ ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ପ୍ରତ୍ୟକ ବ୍ୟବସାୟୀ ନିଜ ନିଜ ଗ୍ରାହକ ମାନଙ୍କୁ ରାସ୍ତାଘାଟରେ ଗାଡି ସାଇକଲ ନ ରଖିବା ପାଇଁ କହିଥିବା ବେଳେ ଡାକଵାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣ କୌଣସି ବିଶୃ୍ଖଳିତ କାର୍ଯ୍ୟରୁ ନିବୃତ ରହିବାକୁ ପରାମର୍ଶ ଦେଇଥିଲେ । ପୂଜା ସମୟରେ ପୋଲିସ ବ୍ୟବସ୍ଥା କଡାକଡି କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.