ଶହ ଶହ ଚାଷଜମିରୁ ଜଳ ନିସ୍କାସନ ପାଇଁ ରାସ୍ତାରୋକ ।

0 266

ଆସିକା,ତା-୧୫/୧୦(ପିପିଟି); ଲଗାଣ ବର୍ଷା ଯୋଗୁଁ ଶହ ଶହ ଏକର ଚାଷ ଜମିରୁ ଜଳ ନିସ୍କାସନ ନହୋଇ ଫସଲ କ୍ଷତି ହେବା ଓ ଗାଁରେ ପାଣି ପଶିବାକୁ ନେଇ ନୂଆଗାଁ, ବାବନପୁର ସମେତ ୫ ଟି ପଞ୍ଚାୟତର ଚାଷୀ ଓ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ଥିଲେ । ଏ ସମସ୍ୟାର ସମାଧାନ ପାଇଁ ଆସିକା ତଥା ଗଂଜାମ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି କଇଁଫୁଲିଆ ବ୍ରିଜ ନିର୍ମାଣ ପାଇଁ କରାଯାଇଥିବା ଆପ୍ରୋଚ ରୋଡ଼କୁ କାଟି ଅବା ଅନ୍ୟ କୌଣସି ଉପାୟରେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ। ହଜାର ହଜାର ଚାଷୀଙ୍କ ଫସଲକୁ ସୁରକ୍ଷା କରନ୍ତୁ। ପାଣିରେ ବୁଡି କ୍ଷତି ହୋଇ ସାରିଥିବା ଫସଲର ଆକଳନ କରି କ୍ଷତି ପୂରଣ ବ୍ୟବସ୍ଥା କରନ୍ତୁ। ଆପ୍ରୋଚ ରୋଡ଼ ନିର୍ମାଣ ସମୟରେ ଜଳ ନିଷ୍କାସନ ପାଇଁ ସଠିକ ବ୍ୟବସ୍ଥା ନକରି ବ୍ୟାପକ ଠକେଇ କରିଥିବା ଠିକାଦାର, ଇଂଜିନିୟର ଓ ଅନ୍ୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ନୂଆଗାଁ, ବାବନପୁର ସମେତ ୫ଟି ପଞ୍ଚାୟତର ଗ୍ରାମବାସୀ ଓ ଚାଷୀ କଇଁ ଫୁଲିଆ ବ୍ରିଜ ନିକଟରେ ପ୍ରତିବାଦ ସକାଳ ୬ ଘଣ୍ଟରୁ ଜାରି ରଖିଥିଲେ । ଗଂଜାମ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ହଜାର ହଜାର ଏକର ଫସଲକୁ ସୁରକ୍ଷା ନଦେଲେ ଲୋକେ ଆଇନକୁ ହାତକୁ ନେବାକୁ ବାଧ୍ୟହେବେ ବୋଲି ସୁଦର୍ଶନ ନାହକ, କାମେଶ୍ବର ବିଷୋୟୀ, ବୃନ୍ଦା ବିଶ୍ବାଳ, ବାୟା ନାହକ, ସଞ୍ଜୟ ନାହକ, ଅଶୋକ ନାହକ, ବସୁ ନାହକ, ପ୍ରକାଶ ନାହକ, ରଘୁ ପଇଡା, ହାଡୁବନ୍ଧୁ ସ୍ବାଇଁ, ସୁଦର୍ଶନ ନାହକ, ପାଣ୍ଡବ ନାହକ, ଦେବ ନାହକ, ଅନ୍ତରା ନାହକ, ଚେନ ଭଞ୍ଜ, ଋଷି ନାଥ ଭଞ୍ଜ, ମାଗତା ନାହକ ଆଦି ଶହ ଶହ ଚାଷୀ ରୋକଠୋକ ଶୁଣାଇଥିଲେ । ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା (AIKKS) ର ରାଜ୍ୟ ସମ୍ପାଦକ ଏହି ଆନ୍ଦୋଳନକାରୀଙ୍କ ସମର୍ଥନରେ ଯୋଗ ଦେଇ ପ୍ରଶାସନ ତୁରନ୍ତ ଚାଷୀଙ୍କ ଦାବିକୁ ସମ୍ମାନ ଦେଇ ଜଳ ନିସ୍କାସନ କରିବା ପାଇଁ ଚାପ ପ୍ରୟୋଗ କରିଥିଲେ ଶେଷରେ ପ୍ରଶାସନ ପକ୍ଷରୁ ଆପ୍ରୋଚ ରୋଡ ଖୋଲି ଜଳ ନିସ୍କାସନ କରିବା ପରେ ଚାଷି ଓ ଗ୍ରାମବାସୀଙ୍କ ତାତି ପ୍ରଶମିତ ହୋଇଥିଲା ।

Leave A Reply

Your email address will not be published.