ବୋଲଗଡ଼,୧୨/୦୪ପିପିଟି,ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାକୁ ଲାଗିଛି। ଖୋର୍ଦ୍ଧା ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ପାନୀୟ ଜଳ ସଂଙ୍କଟ ବଢିବାରେ ଲାଗିଛି। ସେହିପରି ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ପୋଡା ପାଟଣା ଗ୍ରାମରେ ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି। ସେହି ଗ୍ରାମରେ ଦୁଇଟି ନଳକୂପ ରୁ ଗୋଟିଏ ଅଚଳ ହୋଇପଡିଥିଲା ବେଳେ ଅନ୍ୟଟି କାର୍ଯ୍ୟ କ୍ଷମ। ସେହି ନଳକୂପ ଟିରେ ଶହେ ଟି ପରିବାର ନିର୍ଭର କରୁଥିବା ର ଜଣା ପଡ଼ିଛି ସେ ପୁଣି ଫ୍ଲୋରାଇଡ ମିଶ୍ରିତ ବୋଲି ମହିଳା ମାନେ ପରିପ୍ରକାଶ କରିଛନ୍ତି। ସେହି ନଳକୂପଟି ରୁ ପାଞ୍ଚ ଛଅ ଘର ପାଣିନେଲାପରେ ପାଣି ପର୍ଯ୍ୟାପ୍ତ ପରିମାଣରେ ବାହାରୁ ନାହିଁ। ପଞ୍ଚାୟତ ତରଫରୁ ଟ୍ୟାଙ୍କର ସାହାଯ୍ୟ ରେ ଚାରିବାଲ୍ଟି ହିସାବରେ ବାଣ୍ଟିକି ଦିଆ ଯାଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉନାହିଁ ବୋଲି ଗ୍ରାମବାସୀ ମାନେକ଼ହିଛନ୍ତି। ତତ୍ ସହିତ ନିଜ ଗ୍ରାମ ରେ ସୌଚ,ସ୍ନାନ କରିବା ପାଇଁ ପୋଖରୀ ଟିଏ ଥିଲେ ମଧ୍ୟସ୍ୱଳ୍ପ ପାଣି ଥିବାରୁ ଯାହା କି ପାଖ ଗ୍ରାମର ପୋଖରୀ ଉପରେ ନିର୍ଭର କରି ଥାନ୍ତି। ଦୀର୍ଘବର୍ଷ ଧରି ସ୍ଥାନୀୟ ପ୍ରଶାସନ ଓ ଜଳଯୋଗାଣ ବିଭାଗୀୟ ଅଧିକାରୀମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳ ପ୍ରଦ ହୋଇନାହିଁ । ଦେଖାଯାଉ ସ୍ଥାନୀୟ ପ୍ରଶାସନ ଓ ଜଳଯୋଗାଣ ବିଭାଗୀୟ ଅଧିକାରୀ ମାନଙ୍କର କେବେ କୁମ୍ଭକର୍ଣ୍ଣ ନିଦ୍ରାଭାଙ୍ଗୁଛି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )