ଶବ ସଂସ୍କାର କଲେ ସମାଜସେବୀ ଯୁବକ ।

0 274

ମାଲକାନଗିରି,୦୫/୦୬(ପିପିଟି): ଆଜି ମାଲକାନଗିରି ସଦର ମହାକୁମା ସ୍ଥିତ ସେତୁ ବୃଦ୍ଧାଶ୍ରମର ପଦାଦାସୀ ମଣ୍ଡଳଙ୍କ ମୃତ୍ୟୁ ହୋଇ ଯାଇଅଛି । ଗତ ତିନି ବର୍ଷ ତଳେ ଏସଆଇ ଶୁଭଶ୍ରୀ ନାୟକ ପଦାଙ୍କ ବିଷୟରେ ଜାଣିବା ପରେ ସମାଜ ସେବୀ କେ ଦେଶୀରାଜୁ ଆଚାରୀଙ୍କ ସହ ମିଶି ତାଙ୍କୁ ମାଲକାନଗିରି ସ୍ଥିତ ବୃଦ୍ଧାଶ୍ରମରେ ଆଣି ଛାଡି ଥିଲେ । ଆଜକୁ ପ୍ରାୟ ଗୋଟିଏ ସପ୍ତାହ ପୂର୍ବେ ପଦଦାସୀ ମଣ୍ଡଳ ବର୍ଦ୍ଧକ୍ଯ ହେତୁ ଅତି ଦୁର୍ବଳ ହୋଇ ପଡ଼ିଥିଲେ । ଖାଇବା ପିଇବାକୁ ମଧ୍ୟ ଇଚ୍ଛା କରୁନଥିଲେ । ତାଙ୍କୁ ମାଲକାନଗିରି ଡାକ୍ତରଖାନାରେ ଦେଖେଇ ଔଷଧ ମଧ୍ୟ ଦିଆ ହେଉଥିଲା । ଆଜି ସକାଳେ ନିଦରୁ ଉଠି ପାଣି ପିଇ ବସି ଥିବା ସମୟ ପଦଦାସୀଙ୍କର ମୃତ୍ୟୁ ହୋଇଯାଇଛି । ସେତୁ ଏନଜିଓର କର୍ମଚାରୀ ପର୍ଶୁରାମ ଦୁମାଳୀ କେ ଦେଶୀରାଜୁ ଆଚାରୀଙ୍କୁ ତୁରନ୍ତ ସମ୍ପର୍କ କରିଥିଲେ । ସାଙ୍ଗେ ସାଙ୍ଗେ କେ. ଦେଶୀରାଜୁ ଯୁବ ସମାଜ ସେବୀ ଭୀମସେନ ଖିଲ ଓ ଅନୁପ ସୁନାନୀ ଭାଇଙ୍କୁ ଫୋନ କରି ସହଯୋଗ ମାଗିଲେ ଓ ପଦାଙ୍କ ଝିଅ ଜ୍ବାଇଁଙ୍କୁ ମଧ୍ୟ ଖବର ଦିଆଯାଇ ଥିଲା । ସେମାନେ ଆସି ଦେଖା କରି ଚାଲି ଯାଇଥିଲେ ମଧ୍ଯ ଶବକୁ ନେଇ ନଥିଲେ । ମହାପାରାୟଣ ଗାଡିର ଡ୍ରାଇଭର ଜେନାକୁ ଯୋଗାଯୋଗ କରି ମୃତ ଦେହକୁ ଶ୍ମଶାନକୁ ନିଆଯାଇଥିଲା । ବିନାଶ କୁମାର ମିଶ୍ରଙ୍କୁ ସମ୍ପର୍କ କରି ଓ ତାଙ୍କ ଆଓମା ଛାତ୍ରମାନଙ୍କୁ ନେଇ ମିଳିତ ଭାବେ ଗାତ କରି ଶବକୁ ଅନ୍ତିମ ସଂସ୍କାର କରାଯାଇ ଥିଲା ।
ଏହି ପୂଣ୍ୟ କାମରେ ଓଏସଏପି ୪ର୍ଥ ବାଟାଲିୟାନରେ କାର୍ଯ୍ଯାରତ ଯବାନ ଭୀମସେନ ଖିଲ , ଅନୁପ ସୁନାନୀ, ବିବେକ ଦଳପତି, ରବି ରାଜେଶ ଶଙ୍କର ପାଣିଗ୍ରାହୀ ଓ ଆଓମା ଛାତ୍ର ରାମ ମାଡି, ଚନ୍ଦ୍ର ମାଡକାମୀ, ଶୁକ୍ରା କିର୍ଷାନୀ, ମାଧବ ଦଳପତି, ସୁନୀଲ ମାଢି, ନକୂଳ କିର୍ଷାନୀ ପ୍ରମୁଖ ସହଯୋଗ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.