ଶନିଶ୍ଚର ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ।

0 87

କୋଦଳା,୧୧/୧୨(ପିପିଟି);କୋଭିଡ କଟକଣାକୁ ପାଥେୟ କରି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝୁରୀ ବାଲିବଣ ଶ୍ରୀ ଗୋପାଳ କୃଷ୍ଣ ପୁରୀ ବନାଶ୍ରମ ପରିସରରେ ଆଚାର୍ଯ୍ୟ ଜଗନ୍ନାଥ ଶତପଥୀଙ୍କ ପୌରାହିତ୍ୟରେ ଶ୍ରୀ ଶନିଶ୍ଚର ମହାଗ୍ରହଙ୍କ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ମହାଗ୍ରହଙ୍କ କଳସ ଯାତ୍ରା ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ବେଳେ ଶୁକ୍ରବାର ଦିନ ତମାମ ନାମକୀର୍ତ୍ତନ,ହୋମଯଜ୍ଞ ସହିତ ନୈଷ୍ଠିକ ବ୍ରାହ୍ମଣ,ଆଚାର୍ଯ୍ୟ ଓ ପୁରୋହିତଙ୍କ ମନ୍ତ୍ର ଧ୍ୱନୀ ସହ ସନ୍ଧ୍ୟା ସମୟରେ ରତ୍ନମୁଦ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ସୁରେନ୍ଦ୍ର ପରିଡା ଓ ବୁରୁଝରୀ ସରପଞ୍ଚ କସ୍ତୁରୀ ପରିଡା ରୀତିନୀତି ଅନୁଯାୟୀ ପୂଜାବିଧି ସମ୍ପନ କରିଥିଲେ । ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ଉପସ୍ଥିତିରେ ରତ୍ନମୁଦ ଭଣ୍ଡାରକୁ ସମ୍ପୂର୍ଣ କରି ଶନିଶ୍ଚର ମହାଗ୍ରହଙ୍କ ଆଶୀର୍ବାଦ ଲାଭ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇଥିବା ବେଳେ ବିଜେଡି ନେତା ହର ପ୍ରସାଦ ସାହୁ,ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ଶରତ ଚନ୍ଦ୍ର ପାଣ୍ଡୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ପ୍ରକାଶ ତିଆଡ଼ି,ତାପସ ନାୟକ, କୃଷ୍ଣ ଭୋଳ, ଅନ୍ତର୍ଯ୍ୟାମୀ ନାହାକ,ଗୋପବନ୍ଧୁ ସାହୁ, ରୋହିତ ପ୍ରଧାନ, ନାରାୟଣ ସାହୁ,କଂଗ୍ରେସ ନେତା ବିଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଆଚାର୍ଯ୍ୟ ଜଗନ୍ନାଥ ଶତପଥୀଙ୍କ ପୌରୋହିତରେ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

Leave A Reply

Your email address will not be published.