ପୋଲସରା,୨୪/୦୯(ପିପିଟି); ପୋଲସରା ବ୍ଲକ ଅନ୍ତର୍ଗତ କସିପଡା କଲ୍ୟାଣି ମଣ୍ଡପ ଠାରେ ଗୋଛାବାଡ଼ି ର ୧୫ ପରିବାର ଓ ଜୋକବନ୍ଧ ଗ୍ରାମର ୧୦୫ ପରିବାର ମୋଟ ୧୨୦ ପରିବାର ବିଜେପିର ପରାଜିତ ସମିତିସଭ୍ୟ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୟରେ ବିଜେପି ଦଳ ଛାଡି ବିଜୁ ଜନତା ଦଳରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି।ଜିଲ୍ଲା ପରିଷଦ,ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ସମିତିସଭ୍ୟ ଓ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ।