ଵିଶିଷ୍ଟ ଶ୍ରମିକ ନେତା ଡଃ ସୌରୀ ଵନ୍ଧୁ କରଙ୍କ ଦେହାନ୍ତ।

0 26


ଭୁଵନେଶ୍ଵର: ତା୧୪/୦୪: ଵିଶିଷ୍ଟ ଶ୍ରମିକ ନେତା, ଏଆଇଟିୟୁସିର ସର୍ଵ ଭାରତୀୟ ଉପସଭାପତି,ରାଜ୍ଯ ସାଧାରଣ ସମ୍ପାଦକ ତଥା ସିପିଆଇର ଓଡିଶା ରାଜ୍ଯ ସମ୍ପାଦକମଣ୍ଡଳୀ ସଦସ୍ଯ ଵିଶିଷ୍ଟ ଲେଖକ ଡଃ ସୌରୀ ଵନ୍ଧୁ କର କିମସ ହସ୍ପିଟାଲରେ ଚିକିତ୍ସାଧୀନ ଥିଵା ଵେଳେ ୧୩ଏପ୍ରିଲ ରାତ୍ର ୧୦ଟାରେ ଵିୟୋଗ ହୋଇଯାଇଛି।ସେ ଯାଜପୁର ଜିଲ୍ଲାର,ଧର୍ମଶାଳା ନିର୍ଵାଚନମଣ୍ଡଳୀ ଅନ୍ତର୍ଗତ ରସୁଲପୁର ଵ୍ଲକର ଖଣ୍ଡିତର ଗ୍ରାମରେ ୨ଏପ୍ରିଲ ୧୯୪୮ରେ ଜନ୍ମଗ୍ରହଣ କରିଥିଲେ।ଅଧ୍ଯୟନ ଶେଷ ପରେ ସେ କାନାରା ଵ୍ଯାଙ୍କରେ ଚାକିରୀ ଜୀଵନ ଆରମ୍ଭକରି ଅଲ ଇଣ୍ଡିଆ ଵ୍ଯାଙ୍କ ଏମ୍ପ୍ଲୋଇଜ ଆସୋସିଏସନର ରାଜ୍ଯ ଓ କେନ୍ଦ୍ରୀୟ ନେତୃତ୍ଵ ନେଇଥିଲେ।୨୦୦୨ମସିହାରେ ସେ ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସର ରାଜ୍ଯ ସାଧାରଣ ସମ୍ପାଦକ ଭାଵେ ନିର୍ଵାଚିତ ହୋଇ ଏପର୍ଯ୍ଯନ୍ତ କାର୍ଯ୍ଯଭାର ତୁଲାଉଥିଵା ଵେଳେ ସେ ସର୍ଵ ଭାରତୀୟ ସଭାପତି ଥିଲେ।ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ରାଜ୍ଯ ସମ୍ପାଦକ ମଣ୍ଡଳୀ ସଦସ୍ଯ ଥିଲେ।ତାଙ୍କର ଯକୃତ ଯନିତ ଚିକିତ୍ସାପାଇଁ ଗତ ୪ଦିନ ତଳେ ଭୁଵନେଶ୍ଵର କିମସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ସେ ଉଚ୍ଚକୋଟିର ସାହିତ୍ଯ ରଚନା ପାଇଁ ସାହିତ୍ଯ ଏକାଡେମି ପୁରସ୍କାର ମଧ୍ଯ ପାଇଥିଲେ।ତାଙ୍କ ମୃତ୍ଯୁ ଵେଳକୁ ତାଙ୍କ ପୁଅ ସିଦ୍ଧାର୍ଥ କର,ସିପିଆଇ ରାଜ୍ଯ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ କେନ୍ଦ୍ର କମିଟି ସଦସ୍ଯ ଦିଵାକର ନାୟକ,ରାମ କୃଷ୍ଣ ପଣ୍ଡା,ଏଆଇଟିୟୁସି ରାଜ୍ଯ ଉପସାଧାରଣ ସମ୍ପାଦକ ଵିଜୟ ଜେନା ପ୍ରମୁଖ କିମସରେ ଉପସ୍ଥିତ ଥିଲେ। ତାଙ୍କ ଵିୟୋଗ ସମ୍ଵାଦରେ ଶ୍ରମିକ ଶ୍ରେଣୀ ଓ ଵାମପନ୍ଥୀଙ୍କ ମହଲରେ ରାଜ୍ଯଵ୍ଯାପୀ ଶୋକର ଛାୟା ଖେଳିଯାଇଛି।ତେବେ ତାଙ୍କର ବିୟୋଗ ଦେଶର ଶ୍ରମଜୀବି ଆନ୍ଦୋଳନ ପାଇଁ ଏକ ଅପୂରଣୀୟ କ୍ଷତି ।ତେବେ ତାଙ୍କର ଅକାଳ ବିୟୋଗରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଜ୍ଯୋତି ରଞ୍ଜନ ମହାପାତ୍ର,ସିପିଆଇ(ଏମ୍)ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ,ଯୁଧିଷ୍ଠିର ମହାପାତ୍ର ସିପିଆଇ ଏମଏଲ୍ ଲିବ୍ରେସନ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଯାଇଛି 

Leave A Reply

Your email address will not be published.