ବେଲଗୁଣ୍ଠା,୩୦/୦୯(ପିପିଟି): କୁଡୁତାଇ ପଞ୍ଚାୟତ କପିଳପଲ୍ଲୀ ବନସୁରକ୍ଷା ସମିତି ପକ୍ଷରୁ ପଥପ୍ରାନ୍ତ ବନୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାଁ ର ଖାଲିସ୍ଥାନ ଓ ଘର ସମ୍ମୁଖରେ ବୃକ୍ଷରୋପଣ କରି ଏହାର ସୁରକ୍ଷା ଦାୟିତ୍ୱ ନେବାକୁ ଗାଁ ର ମହିଳା ମାନେ ସଂକଳ୍ପ କରିଥିଲେ । ଦୀର୍ଘ ବର୍ଷ ହେଲା ଏହି ଗ୍ରାମବାସୀ ବନସୁରକ୍ଷା ସମିତି ଗଠନ କରି ଜଙ୍ଗଲକୁ ସୁରକ୍ଷା ଦେଇ ଜଙ୍ଗଲ ବୃଦ୍ଧିରେ ସହାୟ ହୋଇଛନ୍ତି । ଜଙ୍ଗଲରୁ କାଠ ଚୋରି , ଜନ୍ତୁ ଶିକାର, ଜଙ୍ଗଲରେ ନିଆଁ ନଲଗିବା ଭଳି କାର୍ଯ୍ୟମାନ କରି ବିଭିର୍ଣ୍ଣ ସ୍ଥାନରୁ ପ୍ରଶଂସା ସାଉଁଟିଛନ୍ତି । ଏବେ ନିଜ ଘରସମ୍ମୁଖରେ ଗଛ ଲଗାଇ ସବୁଜ ଶ୍ୟାମଳ କରିବାକୁ ପ୍ରଚେଷ୍ଟା କରାଯାଉଥିବା ବୈଠକରେ ଆଲୋଚନା ହୋଇଥିଲା । ଅନେକ ମହିଳାଙ୍କ ସମେତ ଅନ୍ଧାର ବାଉଟି ଯୁବକ ସଂଘର ସଦସ୍ୟ ମାନେ ସାମିଲ ହୋଇଥିଲେ । ଏଥିରେ କୁଡୁତାଇ ସରପଞ୍ଚ ସନତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଗେରେଡା ବନପାଳ ଦିଲ୍ଲୀପ କୁମାର ଦାସଙ୍କ ସମେତ ରାମଚନ୍ଦ୍ର ବାରିକ, ଯୋଗେନ୍ଦ୍ର ନାଥ ସ୍ୱାଇଁ, ରୁଦ୍ରମାଧବ ସାହୁ, ନିରଞ୍ଜନ ନାୟକ,ସୁଦର୍ଶନ ନାୟକ,ଟିଙ୍କୁଜି ନାୟକ(ରାଜେଶ) ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )
Prev Post
Next Post