ଲୋହିଆ ଏକାଡେମୀ ଠାରେ ସମ୍ଭବ ପରିବାର ଦ୍ୱାରା ଯୁବ ଚର୍ଚ୍ଚା ଆଲୋଚନା ଚକ୍ର ଅନୁଷ୍ଠିତ ।

0 349

ଭୁବନେଶ୍ବର,୨୬/୦୬(ପିପିଟି): ଓଡ଼ିଶାକୁ ଭଲ ପାଉଥିବା ଏବଂ ନିଜ ଗାଁ ର ଅବହେଳିତ ଲୋକମାନଙ୍କ ପାଇଁ କିଛି କରିବାକୁ ଚାହୁଁଥିବା ତଥା ଏକ ଶୋଷଣ ବିହୀନ ସୁନ୍ଦର ସମାଜର ପ୍ରତିଷ୍ଠା ପାଇଁ ଓଡିଶାର ପ୍ରତି ଜିଲ୍ଲାର ସ୍ଵାଭିମାନୀ ଓଡ଼ିଆ ଯୁବକ ମାନଙ୍କୁନେଇ ଏକ ଯୁବଚର୍ଚ୍ଚା ଆଲୋଚନା ହୋଇଥିଲା।ଏହି ଆଲୋଚନା ରେ ପ୍ରାୟ ୫୦ରୁ ୧୦୦ ଜଣ ଭିତରେ ଏକତ୍ରିତ ହୋଇଥିଲେ । ଓଡିଶାର ଗାଁରୁ ସହର ଯାଏଁ ଗରିବ,ଦଳିତ,ଅଭାବି ଦୁଃଖୀ,ରୋଗୀ ଅସହାୟ,ତଥା ଜନସାଧାରଣଙ୍କର ଜୀବନ
କାଳ ମଧ୍ୟରେ ଆସୁଥିବା ବିଭୀର୍ଣ୍ଣ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇ ତୁରନ୍ତ ସମାଧାନ ପାଇଁ ଦୃଷ୍ଟି ଦେବାକୁ ସୂଚାଇ ଦେଇଛନ୍ତି । ବ୍ୟବସ୍ଥାରେ ପରିବର୍ତନ ନିମନ୍ତେ ଏହି ଆନ୍ଦୋଳନ ଜାରି ରହିବ । ଆଗ୍ରହୀ ବ୍ୟକ୍ତି,ଯୁବବନ୍ଧୁ ସବୁବର୍ଗରୁ ଯୋଡିହେବାକୁ ସମ୍ଭବ ପରିବାର ଓ ଏକତ୍ରିତ ସମସ୍ତ ବ୍ୟକ୍ତିଙ୍କ ତରଫରୁ ନିବେଦନ କରାଯାଇଛି ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.