ଲୋକ ସେବା ପରିଷଦ ପକ୍ଷରୁ ରକ୍ତଦାନ ଶିବିର।

0 197

ଦିଗପହଣ୍ଡି,୧୦/୧୧(ପିପିଟି); ଆଜି ଲୋକ ସେବା ପରିଷଦ, ପକ୍ଷରୁ ରକ୍ତଦାନ ଶିବିର, ବି. ତୁରୁବୁଡି ପଂଚାୟତ ଗୃହରେ ସମ୍ପାଦକ କୁରେଶୁ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି. ବି. ତୁରୁବୁଡି ପଂଚାୟତର ପୂର୍ବତନ ସରପଞ୍ଚ ଉଜ୍ୱଳ ସାହୁଙ୍କ ମା ସ୍ବର୍ଗତ ଝରା ସାହୁଙ୍କ ଏକାଦଶାହ ପାଳନ ଅବସରରେ ଏହି ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ଟେକନିସିଆନ ହରିକୃଷ୍ଣ ସାହୁ, ଡି. କୃଷ୍ଣ ରେଡ୍ଡୀ, ରାମହରି ପଣ୍ଡା, ଦମ୍ବୁରୁ ବାହାଦୁର କାର୍କୀ ଯୋଗ ଦେଇ ପ୍ରାୟ ୩୦ଟି ରକ୍ତ ସଂଗ୍ରହ କରିଥିଲେ.ସ୍ବର୍ଗତ ଝରା ସାହୁଙ୍କ ପୁତ୍ରମାନେ ଶତ୍ରୁଘ୍ନ ସାହୁ, ଉଜ୍ୱଳ ସାହୁ, ରାଜେନ୍ଦ୍ର ସାହୁ ହରି ସାହୁ, ପାଣ୍ଡଵ ସାହୁ, ରବୀନ୍ଦ୍ର ସାହୁ, ଏବଂ ନାତି ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
(ରିପୋର୍ଟ- ସାଇଦୀପ ପୂଜାରୀ। )

Leave A Reply

Your email address will not be published.