ଲୋକ ମାନଙ୍କ ସୁଖଦୁଃଖରେ ସାମିଲ ହେବା ପାଇଁ ପ୍ରତିଶ୍ମୃତି ଦେଲେ ସରପଞ୍ଚ ପ୍ରାର୍ଥିନୀ ସମିଷ୍ଟା ରାଉତ ।

0 2,261

ସାନଖେମୁଣ୍ଡି,୧୦/୦୨(ପିପିଟି): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଦ୍ୱିତୀୟ ଦିନରେ ଆଡପଡା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ସମିଷ୍ଟା ରାଉତ , ସମିତିସଭ୍ୟା ପ୍ରାର୍ଥୀନୀ ବବିତା ବାରିକ ଏବଂ ୬୧ ନଂ ଜୋନ୍ ର ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଅମିନ ପ୍ରଧାନଙ୍କ ଧର୍ମ ପତ୍ନୀ ମମତା ପ୍ରଧାନ ତାଙ୍କ ସ୍ଵାମୀଙ୍କ ପାଇଁ ଆଜି ଆଡପଡା ଗ୍ରାମରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରି ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଛନ୍ତି । ଆଗାମୀ ଦିନରେ ଲୋକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଆଡପଡ଼ା ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ରୂପେ ଗଢିତୋଳିବା ପାଇଁ ପ୍ରତିଶ୍ମୃତି ବଦ୍ଧ ବୋଲି କହିଛନ୍ତି ସରପଞ୍ଚ ପ୍ରାର୍ଥୀନୀ ସମିଷ୍ଟା ରାଉତ । ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକୁ ଘରେ ଘରେ ପରିଚିତ କରାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ମଜବୁତ୍ କରିବାପାଇଁ ଲୋକ ମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳୁଛି । ଗାଁ ର ଉନ୍ନତି,ଶିଶୁ ଉଦ୍ୟାନ,ସ୍ୱାସ୍ଥ୍ୟ ବ୍ୟବସ୍ଥା,ଆଦର୍ଶ ପୋଖରୀ, ପ୍ରତ୍ୟେକ ଘରକୁ ପାନୀୟ ଜଳ ବ୍ୟବସ୍ଥା , ଗାଁ କୁ ପିଚୁ ରାସ୍ତା , ମନ୍ଦିର ପୁନରୁଦ୍ଧାର , ବାର୍ଦ୍ଧକ୍ୟ ଭତ୍ତା ,ହରିଶ୍ଚନ୍ଦ୍ର ଯୋଜନା, ଗ୍ରାମର ପ୍ରତ୍ୟେକ ଲୋକର ସମସ୍ୟାର ସମାଧାନ ଏହାର ଉଦାହରଣ । ଆଗାମୀ ପାଞ୍ଚ ବର୍ଷରେ ଆହୁରି ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ସରପଞ୍ଚ ପାର୍ଥିନୀ ସମିଷ୍ଟା ରାଉତ ମାଛ ଚିହ୍ନରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ସମିତିସଭ୍ୟା ପାର୍ଥିନୀ ବବିତା ବାରିକ ଷ୍ଟୁଲ୍ ଚିହ୍ନରେ ଏବଂ ୬୧ ନମ୍ବର ଜିଲ୍ଲା ପରିଷଦ ପାର୍ଥି ଅମିନ ପ୍ରଧାନ ଶଙ୍ଖ ଚିହ୍ନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ନିଜର ବହୁ ମୂଲ୍ୟବାନ ଭୋଟକୁ ସଠିକ୍ ପାର୍ଥିଙ୍କୁ ଚୟନ କରିବା ସହ ଗ୍ରାମର ବିକାଶର ଧାରାକୁ ଆଗକୁ ବଢ଼ାଇବା ପାଇଁ ଗ୍ରାମବାସୀଙ୍କୁ ସାନଖେମୁଣ୍ଡି ବିଜେଡି ସଭାପତି ନିଳମାଧବ ରାଉତ ଅନୁରୋଧ କରିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.