ଲୋକାର୍ପଣ ହେଲା ବେଲଗୁଣ୍ଠାର ତିନି 5T ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ।

0 334

ବେଲଗୁଣ୍ଠା,୧୬/୧୧(ପିପିଟି):ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପାଞ୍ଚ ଜିଲ୍ଲାର ୧୩୦ ଟି 5T ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଥିବା ବେଳେ ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୮୩ ଟି 5T ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ କରିଛନ୍ତି । ସେଥିମଧ୍ୟରୁ ବେଲଗୁଣ୍ଠା ବ୍ଳକ୍ ର ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ, ପାଇଲିପଡ଼ା ନାରାୟଣ ପୃଷ୍ଟି ଉଚ୍ଚ ବିଦ୍ୟାଳୟ ଏବଂ ପ୍ରତାପଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟକ୍ରମର ଲୋକାର୍ପଣ ହୋଇଛି । ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ଳକ୍ ର ତିନି 5T ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପଣ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି । ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଏବଂ ସମ୍ମାନୀତ ଅତିଥି ଭାବେ କନିଷ୍ଠ ଯନ୍ତ୍ରୀ ନବୀନ ମାଝୀ,ସିଆରସିସି କାର୍ତ୍ତିକେୟ ସେଠୀ, ପୂର୍ବତନ ସିଆରସିସି ବାଳକୃଷ୍ଣ ସାବତ ଉପସ୍ଥିତ ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ଅବନୀ ଷଡ଼ଙ୍ଗୀ, ସୀମାଞ୍ଚଳ ଶତପଥୀ, ସୀମାଞ୍ଚଳ ଦାସ, ନିରଞ୍ଜନ ତ୍ରିପାଠି, ଆଶୁତୋଷ ସ୍ୱାଇଁ,ଅମର ପ୍ରଧାନ, ଶିକ୍ଷୟିତ୍ରୀ ସୁଜାତା ପଣ୍ଡା,କର୍ମଚାରୀ ଭିକାରୀ ଚରଣ ସ୍ୱାଇଁ, ଶ୍ରୀନିବାସ ବିଷୋୟୀ ଏବଂ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସମେତ ପୁରାତନ ଛାତ୍ର ମାନେ ସହଯୋଗ କରିଥିଲେ । ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଲୋକାର୍ପଣ କାର୍ଯ୍ୟକ୍ରମରେ ବିଡ଼ିଓ ଶଶି ଭୂଷଣ ମହାପାତ୍ର,ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ,ସରପଞ୍ଚ ରାଜେନ୍ଦ୍ର ଗୌଡ଼ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଏବଂ ପାଇଲିପଡ଼ା ନାରାୟଣ ପୃଷ୍ଟି ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ଗିରିଧାରୀ ବେହେରା, କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାଥ ନାୟକ ଉପସ୍ଥିତ ଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଏବଂ ପାଇଲିପଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଗୌଡ଼ ଛତ୍ରପୁର ସ୍ଥିତ ଅନସ୍ଲୋ ଅନୁଷ୍ଠାନରେ ଜିଲ୍ଳା ସ୍ତରୀୟ ଉଦ୍ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସମସ୍ତ ତିନି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଉପସ୍ଥିତ ରହି ବିଦ୍ୟାଳୟ ଲୋକାର୍ପଣ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.