ଲେଣ୍ଡ୍ ଫଲ୍ କଲା ବାତ୍ଯା ନିସର୍ଗ ,ପବନର ବେଗ ୧୦୦ ରୁ ୧୨୦ ।

0 1,561

ମୁମ୍ବାଇ,୦୩/୦୬, ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂଣ୍ଣିଝଡ଼ ‘ନିସର୍ଗ’ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା  ହରିହରେଶ୍ୱର-ଡାମନ ମଝି ଆଲିବାଗରେ ଲ୍ୟାଣ୍ଡ୍‌ଫଲ୍‌ ପୂର୍ବାହ୍ନ ୧ଘଟ ୩୦ମିନଟ ସମୟରେ ହୋଇଛି  । ଏଠାରେ ବର୍ତ୍ତମାନ ୧୦୦-୧୨୦ କିଲୋମିଟର ବେଗରେ ପବନ ବହୁଛି। ଏହି ସମୟରେ ମୁମ୍ବାଇର ବାନ୍ଦ୍ରା – ଓ୍ବର୍ଲି ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହା ପ୍ରାୟ ୩ ଘଣ୍ଟା ଧରି ତାଣ୍ଡବ ରଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏହାର ପ୍ରଭାବରେ ସମୁଦ୍ରରେ ୨ ମିଟର ଉଚ୍ଚର ଜୁଆର ଉଠୁଥିବା ସୂଚନା ମିଳିଛି।ବିଭିନ୍ନ ସ୍ଥାନରେ ଘରର ଛାତ ପଡିଥିବା ବେଳେ ଗଛ ଓ ହୋଡିଙ୍ଗ୍ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ସୂଚନା ଆସୁଛି ।

Leave A Reply

Your email address will not be published.